ସୋସିଆଲ ମିଡିଆ: ବିଜ୍ଞାପନ ଦେବାରେ କିଏ ଏକ ନମ୍ବର?  କିଏ ଦେଉଛି କେତେ ବିଜ୍ଞାପନ ପଢନ୍ତୁ …

81

କନକ ବ୍ୟୁରୋ:  ସୋସିଅ।।ଲ ମିଡିଆ ସାଇଟରେ ବିଜ୍ଞାପନ ଦେବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି ଭାରତୀୟ କମ୍ପାନୀ । ହାଇଦ୍ରାବାଦର ଏକ ଡିଜିଟାଲ ମାର୍କେଟିଂ କମ୍ପାନୀ ପାଇରାଇଟ୍ ଟେକ୍ନୋଲଜିସ ଏହାକୁ ନେଇ ଏକ ବଡ ସର୍ଭେ କରିଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ ।

ମେଟାର ଫେସବୁକ ଓ ଇନଷ୍ଟାଗ୍ରାମ ଭଳି ଫ୍ଲାଟଫର୍ମରେ ଅଧିକ ବିଜ୍ଞାପନ ଦେଇଛି ସଦଗୁରୁଙ୍କ ଇସା ଫାଉଣ୍ଡେସନ । ବିତର୍କିତ ସାମାଜିକ ପ୍ରସଙ୍ଗ ଦ୍ୱାରା ଲୋକଙ୍କୁ ଆକୃଷ୍ଟ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛି ଏହି କମ୍ପାନୀ । ସଦଗୁରୁଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଛି ଭାରତୀୟ ସୋସିଆଲ ମିଡିଆ ପ୍ଲାଟଫର୍ମ ‘କୁ’ । ତୃତୀୟରେ ରହିଛି ଓଟିଟି ଫ୍ଲାଟଫର୍ମ ‘ଭୁଟ’ । ଏହା ସହ ନିଜେ ମେଟା ମୋଟା ଅଙ୍କର ବିଜ୍ଞାପନ ଦେଇ ସପ୍ତମ ସ୍ଥାନରେ ଅଛି । ନଜର ପକାନ୍ତୁ ଏପ୍ରିଲ ୨୭ରୁ ଜୁଲାଇ ୨୫ ମଧ୍ୟରେ କିଏ କେତେ ଟଙ୍କା ସୋସିଆଲ ମିଡିଆ ବିଜ୍ଞାପନରେ ଖର୍ଚ୍ଚ କରିଛନ୍ତି

ଇସା ଫାଉଣ୍ଡେସନ ପାଖାପାଖି ଏକ କୋଟି ଟଙ୍କା

‘କୁ’ ପ୍ଲାଟଫର୍ମ ୮୬ ଲକ୍ଷ ୭୪ ହଜାର ୭୧୯ ଟଙ୍କା

‘ଭୁଟ’ ପ୍ଲାଟଫର୍ମ ୬୭ ଲକ୍ଷ ୨୮ ହଜାର ୨୫୪ଟଙ୍କା

‘ମେଟା’ ଦେଇଛି ୩୭ ଲକ୍ଷ ୫୦ ହଜାର ଟଙ୍କାର ବିଜ୍ଞାପନ 

ବିଭିନ୍ନ ରାଜନୈତିକ ଦଳ ନିଜର  ଓ ନିଜ ଯୋଜନା ଗୁଡିକର ପ୍ରଚାର ପାଇଁ ସୋସିଆଲ ମିଡିଆ ଉପରେ ଭରସା କରିଛନ୍ତି । ଏଥିରେ ପଛରେ ପଡିନାହାନ୍ତି ଓଡିଶା ସରକାର । ଓଡିଶା ସରକାରଙ୍କ ସ୍ୱାସ୍ଥ୍ୟ ବିଭାଗ ୧୫ତମ ସ୍ଥାନରେ ରହିଛି । ଚଳିତ ବର୍ଷ ଏପ୍ରିଲ ୨୭ରୁ ଜୁଲାଇ ୨୫ ଅର୍ଥାତ ୯୦ ଦିନରେ ସ୍ୱାସ୍ଥ୍ୟ ବିଭାଗ ୧୨ ଲକ୍ଷ ୬ ହଜାର ୭୦୧ ଟଙ୍କା ଖର୍ଚ୍ଚ କରିଛି । ଲୋକଙ୍କ ପାଖକୁ ସହଜରେ ପହଞ୍ଚିବା ପାଇଁ ସମସ୍ତଙ୍କ ପସନ୍ଦ ପାଲଟିଛି ସୋସିଆଲ ମିଡିଆ । ଫଳରେ ସୋସିଆଲ ମିଡିଆ ରାଜନୀତିକୁ ପ୍ରଭାବିତ କରେ ବୋଲି ବିଶେଷଜ୍ଞ ମତ ଦିଅନ୍ତି ।