ଯଦି ପାକିସ୍ତାନ ଖେଳାଳି ପଡିଆ ମଝିରେ ନମାଜ ପଢିବା ଠିକ୍, ତେବେ ଧୋନିଙ୍କ ଗ୍ଲୋଭସରେ ଥିବା ବଳିଦାନ ଲୋଗୋକୁ ନେଇ ବିବାଦ କାହିଁକି? ସୋସିଆଲ ମିଡିଆରେ ଆଇସିସିକୁ ପ୍ରଶ୍ନ କଲେ କ୍ରିକେଟପ୍ରେମୀ ।

2,317

ଧୋନିଙ୍କ ଗ୍ଲୋଭସରେ ପାରା କମାଣ୍ଡୋ ଫୋର୍ସର ବଳିଦାନ ଲୋଗୋକୁ ନେଇ ବିବାଦ ବଢି ଚାଲିଥିବା ବେଳେ ଏହାକୁ ନେଇ ଚିହିଁକି ଉଠିଛନ୍ତି କ୍ରିକେଟ ଫ୍ୟାନ୍ । ଧୋନିଙ୍କ ଗ୍ଲୋଭସରୁ ଏହି ଲୋଗୋ ହଟାଇବାକୁ ବିିସିସିଆଇକୁ ଆଇସିସି ଚିଠି ଲେଖିଥିବା ବେଳେ ଏବେ ବିସିସିଆଇ ପକ୍ଷରୁ ମଧ୍ୟ ଏହାର ଜବାବ ଦିଆଯାଇଛି । ବିସିସିଆଇ ସିଓଏ ବିନୋଦ ରାୟ କହିଛନ୍ତି ଆମେ ଆମ ଖେଳାଳୀଙ୍କ ସହ ଅଛୁ । ଏହାସହ ସେ କହିଛନ୍ତି ଗ୍ଲୋଭସରେ ଯେଉଁ ଚିହ୍ନ ଅଛି ତାହା କୌଣସି ଧର୍ମର ପ୍ରତୀକ ନୁହେଁ କି କୌଣସି କମର୍ସିଆଲ । ସେହିପରି ରାଜୀବ ଶୁକ୍ଳା କହିଛନ୍ତି ଧୋନୀ କୌଣସି ଭୂଲ କରିନାହାନ୍ତି ।

ଆଉ ଏସବୁ ଭିତରେ କ୍ରିକେଟ ଫ୍ୟାନ କହିଛନ୍ତି, ଯଦି ମ୍ୟାଚ୍ ପୂର୍ବରୁ କ୍ରିକେଟ ମୈଦାନରେ ଖେଳାଳି ମାନେ ନମାଜ ପଢି ପାରୁଛନ୍ତି ତେବେ ଗ୍ଲୋଭସରେ ବଳିଦାନ ଲୋଗୋ ରହିଲେ ଅସୁବିଧା କେଉଁଠି । ସୋସିଆଲ ମିଡିଆରେ ପାକିସ୍ତାନ ଟିମର ଖେଳାଳି ପଡିଆ ମଝିରେ ନମାଜ ପଢୁଥିବାର ଫଟୋ କ୍ରିକେଟପ୍ରେମୀ ମାନେ ସେୟାର କରିବା ସହ କହିଛନ୍ତି, ଯଦି ପଡିଆ ମଝିରେ ପୂରା ଟିମ୍ ଧାର୍ମିକ ଭାବନା ପ୍ରକଟ କରିପାରୁଛନ୍ତି ତେବେ ଗ୍ଲୋଭସରେ ବଳିଦାନ ଲୋଗୋ ରହିବାକୁ ନେଇ କାହିଁକି ଏତେ କଠୋର ହେଉଛି ଆଇସିସି । ଏହାଛଡା ଧୋନି ସେନାର ଲେଫ୍ଟନାଣ୍ଟ କର୍ଣ୍ଣେଲ ରହିଛନ୍ତି । ତେଣୁ ତାଙ୍କ ପାଖରେ ଏହି ବଳିଦାନ ଲୋଗୋ ବ୍ୟବହାର କରିବାର ଅଧିକାର ରହିଛି ।

ଏହାପୂର୍ବରୁ ଆଫଗାନିସ୍ତାନ ଟିମ ମଧ୍ୟ ପଡିଆ ମଝିରେ ନମାଜ ପଢୁଥିବାର ଖବର ସାମ୍ନାକୁ ଆସିଥିଲା । ଯାହାକୁ ନେଇ ବିବାଦ ଜୋର ଧରିଥିଲା । ସେତେବେଳେ ଇଞ୍ଜାମାମ ଉଲ୍ ହକ୍ ଆଫଗାନିସ୍ତାନ ଟିମର କୋଚ ରହିଥିଲେ । ଆଇସିସିର ନିୟମ ଅନୁଯାୟୀ, ଅର୍ନ୍ତଜାତୀୟ ଇଭେଣ୍ଟରେ କୌଣସି ଖେଳାଳି ନିଜ ଜର୍ସି କିମ୍ବା ଅନ୍ୟ ସାମଗ୍ରୀରେ ଏମିତି କିଛି ବ୍ୟବହାର ନ କରନ୍ତୁ ଯାହା ଧାର୍ମିକ,ରାଜନୈତିକ କିମ୍ବା ଜାତିଗତ ସଂକେତ ଦେଉଥିବ କିମ୍ବା କାହାର ଭାବନାକୁ କଷ୍ଟ ପହଞ୍ଚାଉଥିବ ।