ସୋସିଆଲ ମିଡିଆରେ ଦେଶବାସୀଙ୍କ ଆକ୍ରୋଶ ! ଅଧାରେ ରହିଯାଉ ପଛେ ଭାରତର ବିକାଶ, ଆତଙ୍କବାଦୀଙ୍କର ହେଉ ସର୍ବନାଶ !

352

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ୪୨ ଜଣ ଯବାନ ସହିଦ ହେବା ପରେ ପୂରା ଦେଶରେ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏହି ଘଟଣା ପରେ ପୂରା ଦେଶବାସୀ ଏକାଠି ହୋଇଛନ୍ତି । କେବଳ ନେତା ନୁହଁନ୍ତି ଦେଶର ପ୍ରତି ଲୋକଙ୍କ ମନରେ ଜଳୁଛି ପ୍ରତିଶୋଧର ବହ୍ନି । ଏହାଛଡା ଭାରତକୁ ଭଲ ପାଉଥିବା ଲୋକ ଓ ଦେଶ ମଧ୍ୟ ଏହି ଆକ୍ରମଣକୁ ବିରୋଧ କରିବା ସହ ଆତଙ୍କବାଦୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସିଧାସଳଖ ମତ ଦେଇଛନ୍ତି । ଆତଙ୍କବାଦୀଙ୍କୁ ସମୁଳେ ବିନାଶ କରିବାକୁ ଭାରତ ସହ ହାତ ମିଳାଇବାକୁ ଅନେକ ଦେଶ ଆଗେଇ ଆସିଛନ୍ତି ।

ଆଉ ଏସବୁ ଭିତରେ ସୋସିଆଲ ମିଡିଆରେ ମଧ୍ୟ ଉଭୟ ପାକିସ୍ତାନ ଓ ଆତଙ୍କବାଦୀଙ୍କୁ ନେଇ ଲୋକଙ୍କ ମନରେ କେତେ କ୍ରୋଧ ରହିଛି ତାହା ସାମ୍ନାକୁ ଆସିଛି । ମୁହଁ ଖୋଲିଲେ ପାକିସ୍ତାନ ଉପରେ ବର୍ଷୁଛନ୍ତି, ଲେଖିବା ଆରମ୍ଭ କଲେ ଆତଙ୍କବାଦୀଙ୍କୁ ସିଧା ନିଶାନା କରୁଛନ୍ତି । ସୋସିଆଲ ମିଡିଆରେ ପୁଲୱାମା ଆକ୍ରମଣ ସମ୍ପର୍କିତ ଯେ କୌଣସି ଭିଡିଓ କିମ୍ବା ମେସେଜ ଦେଖନ୍ତୁ ପ୍ରତ୍ୟେକ ପୋଷ୍ଟରେ ଦେଖିବାକୁ ମିଳୁଛି ଭାରତୀୟ ଓ ଭାରତକୁ ଭଲ ପାଉଥିବା ବ୍ୟକ୍ତିଙ୍କ କ୍ରୋଧ । କ୍ରୋଧ ଏମିତି ଯେ, ପାକିସ୍ତାନ ସମେତ ଆତଙ୍କବାଦୀଙ୍କୁ ସମୂଳେ ବିନାଶ କରିବାକୁ ସରକାରଙ୍କୁ ବିନତି କରୁଛନ୍ତି ୟୁର୍ଜସ ।
ହମେ ନିନ୍ଦା ନେହିଁ ଚାହିୟେ, ଏକ୍ ଭି ଆତଙ୍କୀ ଜିନ୍ଦା ନେହିଁ ଚାହିୟେ । ଏଭଳି ଏକ ପୋଷ୍ଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଯେତେବେଳେ ପୁଲୱାମା ଆକ୍ରମଣରେ ଭାରତର ୪୨ ଯବାନ ସହିଦ ହୋଇଛନ୍ତି ଠିକ୍ ସେତିକିବେଳେ ଅଧିକାଂଶ ନେତା ଏହି ଘଟଣାକୁ ନିନ୍ଦା କରିଛନ୍ତି । କିନ୍ତୁ ଏହି ପୋଷ୍ଟରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି ଯେ, ନିନ୍ଦା ନୁହେଁ ଆତଙ୍କବାଦୀଙ୍କୁ ନିପାତ କର ।

ସେହିଭଳି ଅନ୍ୟ ଏକ ପୋଷ୍ଟରେ ପାକିସ୍ତାନ ଓ ଭାରତ ମଧ୍ୟରେ ହୋଇଥିବା ଯୁଦ୍ଧର ପରିଣାମ ଦର୍ଶାଯାଇଛି । ଯେଉଁଥିରେ ଭାରତ ଉପରେ ପାକିସ୍ତାନ ପ୍ରଥମେ ଆକ୍ରମଣ କରି ଯେଉଁ ଦଶା ଭୋଗିଥିଲା ତାହା ଦେଖିବାକୁ ମିଳିଛି । ୧୯୪୭ରୁ ୨୦୧୬ର ଉରି ଘଟଣାରେ ଭାରତ କେଉଁଭଳି କଡା କାର୍ଯ୍ୟାନୁଷ୍ଠାନ ନେଇଥିଲା ତାହା ଦର୍ଶାଯାଇଛି । ତେଣୁ ପୁଲୱାମା ଆକ୍ରମଣ ପରେ ଉଭୟ ଆତଙ୍କବାଦୀ ଓ ପାକିସ୍ତାନର ଅବସ୍ଥା କଣ ହେବ ତାହା ପଚାରିଛନ୍ତି ୟୁର୍ଜସ ।

ଅନ୍ୟ ଦୁଇଟି ପୋଷ୍ଟରେ ଭାରତୀୟ ଯବାନଙ୍କ ବୀରତ୍ୱର କାହାଣୀ ଦେଖିବାକୁ ମିଳିଛି । ଯେତେବେଳେ ଜଣେ ଯବାନ ଦେଶ ପାଇଁ ଲଢି ସହିଦ ହୋଇଥାଏ ସେହି ମୁହୂର୍ତ୍ତର ଭାବନାକୁ ଫଟୋରେ ସ୍ଥାନ ଦିଆଯାଇଛି ।

ପ୍ରେମର ଦିବସରେ ଏହି ଆକ୍ରମଣ ହୋଇଥିବା ବେଳେ କିଛି ୟୁର୍ଜସ ଲେଖିଛନ୍ତି,ଦେଶରେ କିଏ ଗୋଲାପ ଫୁଲ ଦେଇ ନିଜର ଭଲପାଇବା ପ୍ରକାଶ କରୁଥିବା ବେଳେ ଅନ୍ୟପଟେ ସମସ୍ତଙ୍କ ଅଜାଣତରେ ଦେଶ ପାଇଁ ଜୀବନ ଦେଇ ସମସ୍ତଙ୍କୁ ଋଣୀ କରି ଦେଇ ଯାଇଛନ୍ତି ।


କିଛି ୟୁଜର୍ସ ମୋଦି ସରକାରଙ୍କୁ ଏହି ଆକ୍ରମଣର ବଦଲା ନେବାକୁ କହିଛନ୍ତି । ଆମକୁ ମନ୍ଦିର କିମ୍ବା ମସଜିଦ ଲୋଡା ନାହିଁ କିନ୍ତୁ ଜଣେ ଜଣେ ଆତଙ୍କବାଦୀଙ୍କୁ ନିପାତ କରିବା ଦରକାର ।


ସେହିଭଳି କିଛି ୟୁଜର୍ସ ସୋସିଆଲ ମିଡିଆରେ କହିଛନ୍ତି, ମୋଦି ଜୀ ଆପଣ ଦେଶର ବିକାଶକୁ ରୋକି ଦିଅନ୍ତୁ ପଛେ, କିନ୍ତୁ ଏହି ଘୁଷୁରୀ ଛୁଆ (ଆତଙ୍କବାଦୀ)ଙ୍କୁ ସମୁଳେ ବିନାଶ କର ।