ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ପୁରୁଷୋତ୍ତମ ଏକ୍ସପ୍ରେସ ଡ୍ରାଇଭରଙ୍କ ବୟାନ୍ । କହିଲେ ସେଦିନ ଟ୍ରାକରେ କାହାକୁ ଧକ୍କା ଦେଇନାହିଁ ତାଙ୍କର ଟ୍ରେନ୍

ସେହି ସମୟରେ ଅତିକ୍ରମ କରିଥିଲା ଆଉ ଗୋଟିଏ ପାର୍ସଲ ଟ୍ରେନ୍ ଓ ମାଲଗାଡି

746

କନକ ବ୍ୟୁରୋ: ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ପୁରୁଷୋତମ ଏକ୍ସପ୍ରେସ ଡ୍ରାଇଭର ବଡ ବୟାନ ଦେଇଛନ୍ତି ।  ସେ କହିଛନ୍ତି, ଘଟଣାଦିନ ଟ୍ରାକରେ କାହାକୁ ଧକ୍କା ଦେଇନାହିଁ ତାଙ୍କର ଟ୍ରେନ୍ ।  ସେହି ସମୟରେ ଅତିକ୍ରମ କରିଥିଲା ଆଉ ଗୋଟିଏ ପାର୍ସଲ ଟ୍ରେନ୍ ଓ ମାଲଗାଡି । ଯଦି ବି ଏଭଳି କିଛି ହୋଇଥାନ୍ତା ତାହେଲେ  ସେ ପରବର୍ତୀ ଷ୍ଟେସନରେ ତାର  ମେମୋ ଦେଇଥାନ୍ତେ ।  କନକ ନ୍ୟୁଜ ସହ କଥାବାର୍ତାରେ ଏଭଳି କଥା କହିଛନ୍ତି ପୁରୁଷୋତମ ଏକ୍ସପ୍ରେସର ଡ୍ରାଇଭର ବିଷ୍ଣୁଚରଣ ସେଠୀ ।

ଗତ ସପ୍ତାହରେ  ମାନବପ୍ରେମୀ ଆଦିତ୍ୟ ଦାସଙ୍କ କ୍ଷତବିକ୍ଷତ ମୃତଦେହ ଲିଙ୍ଗରାଜ ଷ୍ଟେସନ ନିକଟରୁ ମିଳିଥିଲା । ଏହା ହତ୍ୟା କି  ଆତ୍ମହତ୍ୟା ତାହା ଏ ଯାଏ ଁ ସ୍ପଷ୍ଟ ହୋଇନଥିଲା । ଘଟଣାରେ ଜିଆରପି ପୁଲିସ ଆଦିତ୍ୟଙ୍କ କିଛି ବନ୍ଧୁଙ୍କୁ ପଚରାଉଚରା କରିଛି । ଖୁବଶୀଘ୍ର ତୀଙ୍କ ପତ୍ନୀଙ୍କୁ ବିଦ୍ୟାଶ୍ରୀଙ୍କୁ ପଚରାଉଚରା କରାଯାଇପାରେ । ଏପିରିକି ତାଙ୍କ ସୁସାଇଡ ନୋଟକୁ  ଜବତ କରାଯାଇଥିଲା ।