ସାରା ଦେଶରେ ତାତି , ଉତ୍ତରାଖଣ୍ଡରେ ବରଫ ବର୍ଷା : ତୁଷାରପାତର ମଜା ଉଠାଉଛନ୍ତି ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା

53

କନକ ବ୍ୟୁରୋ : ସାରା ଦେଶରେ ତାତି ଆରମ୍ଭ ହୋଇଥିବା ବେଳେ ଉତ୍ତରାଖଣ୍ଡରୁ ଆସିଛି ବରଫ ବର୍ଷାର ଦୃଶ୍ୟ । ଉତରକାଶୀ ଗଙ୍ଗୋତ୍ରୀରେ ସୋମବାର ସକାଳୁ ପ୍ରବଳ ତୁଷାରପାତ ହୋଇଛି । ଏଠାକୁ ଆସଥିବା ପର୍ଯ୍ୟଟକ ଓ ସ୍ଥାନୀୟ ବାସିନ୍ଦା ତୁଷାରପାତର ଭରପୁର ମଜା ଉଠାଇଛନ୍ତି । ସେପଟେ ହିମାଚଳ ପ୍ରଦେଶରେ ମଧ୍ୟ ତୁଷାରପାତ ହୋଇଛି । ଲାହୌଲ ସ୍ପିତିର ବିଭିନ୍ନ ଅଂଚଳରେ ବରଫବର୍ଷା ଲାଗି ରହିିଛି ।
ସେପଟେ ଜମ୍ମୁ କଶ୍ମୀରରେ ବରଫରେ ପୋତି ହୋଇଯାଇଥିବା ରାସ୍ତା ସବୁକୁ ସଫା କରାଯାଉଛି । ଜମ୍ମୁ ଓ କଶ୍ମରର ରଜୌରୀରେ ବରଫ ସଫା କରାଯାଇଛି । ପ୍ରବଳ ତୁଷାରପାତରେ ମୁଗଲ ରୋଡରେ ଜମି ରହିଥିବା ବରଫକୁ ସଫା କରାଯାଇ ଗମନାଗମନ ଉପଯୋଗୀ କରାଯାଇଛି । ଦକ୍ଷିଣ କଶ୍ମୀରରେ ଥିବା ସୋପିଆଁ ସହ ପୁଂଛ ଓ ରାଜୌରିକୁ ଯୋଡିଥାଏ ମୁଗଲ ରୋଡ ।