ବାଲିଗୁଡା ଓ ଦାରିଙ୍ଗିବାଡିରେରେ ତୁଷାରପାତ ! ସବୁଆଡ଼େ ବରଫର ଆସ୍ତରଣ

240

କନବ ବ୍ୟୁରୋ : ଦାରିଙ୍ଗବାଡିର ତାପମାତ୍ରା ୬ଡିଗ୍ରୀ ତଳକୁ ଖସି ଆସିଛି । ଦାରିଙ୍ଗିବାଡି ଓ ସିମନବାଡିରେ ତୁଷାରପାତ ହୋଇଛି । ସବୁଆଡେ ବରଫର ଆସ୍ତରଣ ଜମି ରହିଥିବା ଦେଖିବାକୁ ମିଳିଛି । ଦାରିଙ୍ଗବାଡ଼ି ବ୍ଲକର ବହୁ ଆଭ୍ୟନ୍ତରୀଣ ସ୍ଥାନରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଥିଲା । ଆଜି ସର୍ବନିମ୍ନ ତାପମାତ୍ରା ୬ଡିଗ୍ରୀ ସେଲସିୟସ ଥିବା ବେଳେ ଆଭ୍ୟନ୍ତରୀଣ ଇଲାକାରେ ତାପମାତ୍ରା ୨ରୁ ୩ ଡିଗ୍ରୀ କମ୍ ଅର୍ଥାତ ୩ରୁ ୪ ଡିଗ୍ରୀ ସେଲସିୟସ୍ ରହୁଛି। କଟିଙ୍ଗା, ଝିଙ୍ଗିରିଗୁଡ଼ା, ମାଣ୍ଡିପଙ୍କା, ଗଦାପୁର, ସିର୍କାବର୍ଗ, ଶ୍ରାନିକେତା, ବୁଡାଗୁଡ଼ା, ଗୁମିକିଆ, ପ୍ଲିହେରି, ଗ୍ରୀନବାଡ଼ି, ପରପାଙ୍ଗା ସମେତ ବିଭିନ୍ନ ଅଞ୍ଚଳରେ ତୁଷାରପାତ ହୋଇଥିବା ଜଣାପଡ଼ିଛି । ଆହୁରି ସପ୍ତାହେ ଶୀତ ଲହରୀ ଲାଗି ରହିବ ।

ଏଭଳି ଅନୁମାନ ପାଣିପାଗ ବିଭାଗ କରୁଥିବା ବେଳେ ଏହାକୁ ନେଇ ସମଗ୍ର କନ୍ଧମାଳବାସୀ ଆଶା ଆଶଙ୍କାରେ ରହିଛି । ଶୀତରୁ ତ୍ରାହି ପାଇବା ନିମନ୍ତେ କାଠ, ଟାୟାର ଏବଂ ଶୁଖିଲା ପତର ଉପରେ ନିଭର୍ର କରିବାକୁ ପଡୁଛି । ସକାଳ ୯ଟା ପର‌୍ୟ୍ୟନ୍ତ ଶୀତ ଲାଗି ରହୁଛି । ଏହା ସାଙ୍ଗକୁ ଘନ କୁହୁଡି । ଯାହାକି ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି । ଶୀତର ମଜା ଉଠାଇବାକୁ ବାହାରୁ ପର୍ଯ୍ୟଟକଙ୍କ ସୁଅ ଛୁଟିବାରେ ଲାଗିଛି ।

ଅନ୍ୟପଟେ କେନ୍ଦୁଝରରେ ମଧ୍ୟ ଥଣ୍ଡାର ପରିମାଣ ବଢ଼ିବାରେ ଲାଗିଛି । ପାରଦ ତଳମୁହାଁ ହୋଇଛି । କାଞ୍ଜିପାଣି ଅଂଚଳରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି । ଥଣ୍ଡା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି ।