ଆଉ କେଇ ଘଂଟା ପରେ ରିଅଲ ଲାଇଫରେ ଯୋଡ଼ି ହୋଇଯିବେ ରିଲ୍ ଲାଇଫର ସୁପରହିଟ ଯୋଡ଼ି : ହଳଦି ଲଗେଇ ସାରିଛନ୍ତି ସବ୍ୟ – ଅର୍ଚ୍ଚିତା; ଏବେ ବିବାହକୁ ଅପେକ୍ଷା

262

କନକ ବ୍ୟୁରୋ : ବିବାହ ବନ୍ଧନରେ ବାନ୍ଧି ହେବେ ସବ୍ୟସାଚୀ ଓ ଅର୍ଚ୍ଚିତା । ବିବାହ ପୂର୍ବରୁ ଏହି ଯୋଡ଼ିଙ୍କୁ ହଳଦି ଲଗାଉଥିବା ଫଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି । ଫଟୋରେ ଉଭୟ ସମାନ ରଙ୍ଗର ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛି । ଅର୍ଚ୍ଚିତା ରାନି ଓ ହଳଦି ରଙ୍ଗର ଲେହେଙ୍ଗା ପିନ୍ଧିଥିବା ବେଳେ ସବ୍ୟସାଚୀ ମଧ୍ୟ ହଳଦିଆ ରଙ୍ଗର କୁର୍ତା ଉପରେ ରାନୀ ରଙ୍ଗର ଜ୍ୟାକେଟ ପିନ୍ଧିଛନ୍ତି ।

ଆଉ କେଇ ଘଂଟା ଭିତରେ ଏହି ଯୋଡ଼ିଙ୍କ ବିବାହ ସମ୍ପନ୍ନ ହେବ । ଓଲିଉଡ଼ ଇଣ୍ଡଷ୍ଟ୍ରିକୁ ଅନେକ ସୁପରହିଟ ଫିଲ୍ମ ଭେଟି ଦେଇଥିବା ଏହି ଯୋଡ଼ି ରିଅଲ ଲାଇଭରେ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛନ୍ତି । ଦୁହେଁ ଜଣେ ଜଣେ ବେଶ ପରିଚତ ଚେହେରା । ଫିଲ୍ମରେ ଯେତିକି ଆକ୍ଟିଭ ସମାଜସେବାରେ ମଧ୍ୟ ସେତିକି ଆକ୍ଟିଭ । କରୋନା କାଳରେ ଅନେକ ଲୋକଙ୍କୁ ସହଯୋଗର ହାତ ବଢ଼ାଇ ରିଲ୍ ହିରୋରୁ ରିଅଲ ହିରୋ ପାଲଟି ଯାଇଛନ୍ତି ସବ୍ୟସାଚୀ ।