ଅହିରାଜ ଓ ନେଉଳ ମଧ୍ୟରେ ଲଢେଇ । ପ୍ରସିଦ୍ଧ ଶୈବପୀଠ ପଂଚଲିଙ୍ଗେଶ୍ୱରରେ ଦେଖିବାକୁ ମିଳିଲା ଚତ୍ମକାର ଦୃଶ୍ୟ ।

204

କନକ ବ୍ୟୁରୋ: ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ନୀଳଗିରିର ବାବା ପଂଚଲିଙ୍ଗେଶ୍ୱରରେ ଆଜି ଏକ ଚତ୍ମକାର ଦୃଶ୍ୟ ଦେଖିବାକୁ ମିଳିଛି। ବିରାଟକାୟ ୧୨ ଫୁଟିଆ ଅହିରାଜ ସାପ ସହିତ ଏକ ନେଉଳର ଜୋରଦାର ଲଢେଇ ହୋଇଥିବା ଦେଖାଯାଇଛି। ସାପ ମାନଙ୍କର ରାଜା ଅହିରାଜକୁ ଦେଖିଲେ ଯେକେହି ପଛ ଘୁଞ୍ଚାଦେଵ। ହେଲେ ଏକ ଛୋଟ ନେଉଳ ଆଜି ଲଢେଇ କରି ତାକୁ ଘାଇଲା କରି ପକାଇଛି। ଯାହା ଫଳରେ ସେହି ସ୍ଥାନରେ ସାପଟି ଗୁରୁତର ହୋଇପଡିଥିଲା। ସାପଟି ଜୀବନ ବିକଳରେ ଗଛ ଉପରକୁ ଯାଉଥିବା ବେଳେ ନେଉଳଟି ଲାଙ୍ଗୁଡକୁ କାମୁଡ଼ି ତଳକୁ ପକାଇ ଦେଉଥିଲା।

ସତେ ଯେପରି ଲାଗୁଥିଲା ଇଚ୍ଛା ଶକ୍ତି ଥିଲେ ସବୁ କିଛି ସମ୍ବବ। ନିଜକୁ କେବେ ଛୋଟ ଭାବିବା ଅନୁଚିତ। ସେହି ଅଞ୍ଚଳର ଟୁରିଷ୍ଟ ଗାଇଡ଼ ମନୋରଂଜନ ଦାସ ଖବର ପାଇ ଅହିରାଜ ସାପଟିକୁ ଉଦ୍ଧାର କରି କୂଳଡିହା ବନବିଭାଗକୁ ହସ୍ତାନ୍ତର କରିଥିଲେ। ସାପଟିକୁ ନୀଳଗିରି ପ୍ରାଣୀ ଚିକିତ୍ସା କେନ୍ଦ୍ରକୁ ଆଣି ଚିକିତ୍ସା କରାଯାଇଥିବା ବେଳେ ସୁସ୍ଥ ହେଲେ କୂଳଡିହା ଅଭୟାରଣ୍ୟରେ ଛଡାଯିବ ବୋଲି ସୂଚନା ଦେଇଛନ୍ତି କୁଳଡିହା ରେଞ୍ଜର ବିଜୟ ମହାପାତ୍ର।