୫୦ ଲକ୍ଷ ଗର୍ଭବତୀ ଏବଂ ନୂଆ କରି ମାତୃତ୍ୱ ଲାଭ କରିଥିବା ମହିଳାଙ୍କ ପାଇଁ ସରକାର ଆଣିଲେ ଉପହାର ! ଶିଶୁ ଗର୍ଭରେ ରହିବାଠାରୁ ଆରମ୍ଭ କରି ଜନ୍ମହେବା ପର୍ଯ୍ୟନ୍ତ କିସ୍ତିରେ ମିଳିବ ୬୦୦୦ ଟଙ୍କା ।

788

କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କେନ୍ଦ୍ର ସରକାରଙ୍କ ଯୋଜନାର ଲାଭ ୫୦ ଲକ୍ଷ ଗର୍ଭବତୀ ଏବଂ ନବମାତୃତ୍ୱ ଲାଭ କରିଥିବା ମହିଳାଙ୍କୁ ମିଳିବା କଥା କହିଛନ୍ତି । ପ୍ରଧାନମନ୍ତ୍ରୀ ମାତୃ ବନ୍ଦନ ଯୋଜନାର ସଂନ୍ଦର୍ଭରେ ସେ ଏହି କଥା ରଖିଛନ୍ତି । ଏହି ଯୋଜନା ୨୦୧୭ ମସିହାରେ ଆରମ୍ଭ କରାଯାଇଥିଲା ।

ଶୁକ୍ରବାର ସଂସଦରେ ସ୍ମୃତି ଇରାନୀ କହିଥିଲେ ଯେ ଏହି ଯୋଜନା ଅନୁସାରେ ମାତୃତ୍ୱ ଲାଭ କରିବା ପାଇଁ ଗର୍ଭବତୀ ତଥା ନବମାତୃତ୍ୱ ଲାଭ କରିଥିବା ମହିଳାଙ୍କୁ ୫ ହଜାର ଟଙ୍କା କିସ୍ତିରେ ଦିଆଯାଏ । ଏହି ସ୍କିମ୍ ଅନୁସାରେ , ୪୯,୫୮,୧୭୨ ଗର୍ଭବତୀ ମହିଳା ଏବଂ ନୂଆ କରି ମା’ ହୋଇଥିବା ମହିଳାଙ୍କୁ ୩ କିସ୍ତିରେ ଟଙ୍କା ଦିଆଯାଏ । ଶିଶୁ ଗର୍ଭରେ ରହିବା ଠାରୁ ଜନ୍ମ ହେବା ପର୍ଯ୍ୟନ୍ତ ଏହି ଯୋଜନାର ଲାଭ ମହିଳା ମାନେ ଉଠାଇପାରିବେ ।

ଓଡିଶା ଏବଂ ତେଲେଙ୍ଗାନାରେ ମହିଳାଙ୍କ ପାଇଁ ରହିଛି ଭିନ୍ନ ଯୋଜନା :

କେନ୍ଦ୍ର ମହିଳା ଏବଂ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ ଏଥିପାଇଁ ଯୋଗ୍ୟ ମହିଳାଙ୍କୁ ପ୍ରଥମେ ନିୟମ ମୁତାବକ କ୍ୟାଶ୍ ମଧ୍ୟ ଦିଆଯିବାର ସୁବିଧା ରହିଛି । ଏହି ଟଙ୍କା ହେଉଛି ଜନନୀ ସୁରକ୍ଷା ଯୋଜନାରେ ଦିଆଯାଉଥିବା ଟଙ୍କା । ଯାହାର ଦାୟିତ୍ୱ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଉପରେ ନ୍ୟସ୍ତ ଥାଏ । ଏହି ମନ୍ତ୍ରାଳୟ ପକ୍ଷରୁ ପ୍ରତି ଗର୍ଭବତୀ ମହିଳାଙ୍କୁ ଶିଶୁଜନ୍ମ ପରେ ୬୦୦୦ ଟଙ୍କା ଦେବାକୁ ପଡିଥାଏ । ଓଡିଶା ଏବଂ ତେଲେଙ୍ଗାନାରେ ମା’ମାନଙ୍କ ପାଇଁ ଏଭଳି ଲାଭକାରୀ ଯୋଜନା ଚାଲୁ ରହିଛି ।

ମନ୍ତ୍ରୀ ସ୍ମୃତି ଇରାନୀ କହିଛନ୍ତି ଯେ , ଏହି ଯୋଜନାର ଅଧିକ ଲାଭ ଉତ୍ତରପ୍ରଦେଶର ଗର୍ଭବତୀ ମହିଳାମାନେ ଉଠାଇଥାନ୍ତି । ଉତ୍ତରପ୍ରଦେଶରୁ ଆସୁଥିବା ମହିଳାଙ୍କ ସଂଖ୍ୟା ୮,୧୯,୮୯୩ ଏବଂ ଆନ୍ଧ୍ରପ୍ରଦେଶରୁ ୪,୧୦,୧୩୪ ମହିଳାଙ୍କ ସଂଖ୍ୟା ଆସିଥାଏ । ଏହି ଯୋଜନାର ଲାଭ ଉଠାଇବାରେ ପଛରେ ରହିଛନ୍ତି ତାମିଲନାଡୁର ମହିଳା । ଏଠାରୁ ମାତ୍ର ୧୨୯ ମହିଳାଙ୍କୁ ଏହି ଲାଭ ମିଳୁୁଛି ।