ସହିଦ ବାପାଙ୍କୁ ଶେଷ ସଲାମ ଦେଲା ଝିଅ ! କହିଲା, ଦେଶ ପାଇଁ ଜୀବନ ଦେଇଥିବା ବାପାଙ୍କ ପାଇଁ ଗର୍ବିତ ।

238

କନକ ବ୍ୟୁରୋ : ପୁଲୱାମା ଆତଙ୍କବାଦୀ ଆକ୍ରମଣ ନେଇ ସାରା ଦେଶରେ ଜଳୁଛି ଆକ୍ରୋଶର ନିଆଁ । ଆଉ ଏହି ସମୟରେ ଉତ୍ତରାଖଣ୍ଡରୁ ଆସିଛି ହୃଦୟ ଥରାଇଲା ଭଳି ଦୃଶ୍ୟ । ସହିଦ ବାପାଙ୍କୁ ସାଲ୍ୟୁଟ କରିଛନ୍ତି ସାହାସୀ ଝିଅ ଗଙ୍ଗା ।

ଉତ୍ତରାଖଣ୍ଡ ଡେରାଡୁନର ଏହି ଦୃଶ୍ୟ ଆପଣଙ୍କ ହୃଦୟକୁ ତରଳାଇ ଦେବ । ସାମ୍ନାରେ ଅଛି ସହିଦ ବାପାଙ୍କ ମରଶରୀର, ଆଉ ୧୭ ବର୍ଷର ଝିଅ ଗଙ୍ଗା ସହିଦ ବାପାଙ୍କୁ ସାଲ୍ୟୁଟ କରୁଛି । ଗଙ୍ଗା ଜାଣିପାରୁଛି ତାକୁ ଜୀବନରୁ ବେଶୀ ଭଲପାଉଥିବା ବାପା ଆଉ ଫେରିବେ ନାହିଁ । ଦେଶ ପାଇଁ ସହିଦ ହୋଇଯାଇଛନ୍ତି ।  ସବୁବେଳେ ବାପା ଯେତେବେଳେ ଛୁଟିରେ ଆସନ୍ତି ସେତେବେଳେ ଗଙ୍ଗାର ମନପସନ୍ଦର ଗିଫ୍ଟ ଆଣନ୍ତି । ଗଙ୍ଗା ଜାଣିପାରୁଛି ଏବେ ଗିଫ୍ଟ ନୁହେଁ, ସବୁଦିନ ପାଇଁ ଚାଲିଯାଇଛନ୍ତି ବାପା ।

ଉତରାଖଣ୍ଡର ଯବାନ ମୋହନ ଲାଲ ରାଟୁରୀଙ୍କ  ଶେଷକୃତ୍ୟ ସମୟରେ ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ସାମ୍ନାକୁ  ଆସିଛି । ସହିଦ ବାପାଙ୍କୁ  ସାଲ୍ୟୁଟ କରିଛନ୍ତି ସାହାସୀ ଝିଅ ଗଙ୍ଗା । ଆଉ ଏହି ଦୃଶ୍ୟ ଦେଖି ସମସ୍ତଙ୍କ ଆଖି ଭିଜିଯାଇଥିଲା । ସମସ୍ତଙ୍କ ଆଖିରେ ଆସିଯାଇଥିଲା ଲୁହ । ସମସ୍ତେ କହିଥିଲେ ସାବାସ ଗଙ୍ଗା ।