କର୍ଣ୍ଣାଟକ ବିଧାନପରିଷଦର ଉପାଧ୍ୟକ୍ଷଙ୍କ ଆତ୍ମହତ୍ୟା : ରେଲବାଇ ଟ୍ରାକରୁ ମିଳିଲା ଖଣ୍ଡବିଖଣ୍ଡିତ ମୃତଦେହ, ସୁଇସାଇଡ଼ ନୋଟ 

ଗୃହରେ କଂଗ୍ରେସ ସଦସ୍ୟଙ୍କ ଦୁର୍ବ୍ୟବହାର କରିବା ପରେ ଥିଲେ ଚର୍ଚ୍ଚାରେ

288

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନପରିଷଦର ଉପାଧ୍ୟକ୍ଷ ଏସଏଲ ଧର୍ମେଗୌଡ଼ାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ରେଳ ଧାରଣା ନିକଟରୁ ଉଦ୍ଧାର ହୋଇଛି । ମୃତଦେହ ନିକଟରୁ ଏକ ସୁଇସାଇଡ଼ାଲ ନୋଟ ଜବତ କରିଛି ପୋଲିସ । ମୃତ୍ୟୁର କାରଣ ଅସ୍ପଷ୍ଠ ରହିଥିବା ବେଳେ ଘଟଣାର ତଦନ୍ତ କରୁଛି ପୋଲିସ । କର୍ଣ୍ଣାଟକ ପୋଲିସ ଚିକାମଗଲୁରୁର କାଦୁର ନିକଟରୁ ଉପବାଚସ୍ପତି ଧର୍ମେଗୌଡ଼ାଙ୍କ ମୃତଦେହ ଉଦ୍ଧାର କରିଛି ।

ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ । ଜେଡ଼ିଏସ ନେତା ଏସଏଲ ଧର୍ମେଗୌଡ଼ାଙ୍କ ମୃତଦେହ ଗତକାଲି ରାତିରେ ଉଦ୍ଧାର କରିଛି ପୋଲିସ । ଘଟଣା ସ୍ଥଳରେ ପୋଲିସ ପହଂଚି ଛାନ୍ଭିନ୍ ଆରମ୍ଭ କରିଛି । ଗତ ଡ଼ିସେମ୍ବର ୧୫ ତାରିଖରେ କଂଗ୍ରେସ ନେତା ମାନେ ତାଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିଥିଲେ ଯାହକୁ ନେଇ ସେ ମଧ୍ୟ ଚର୍ଚ୍ଚାରେ ଥିଲେ । ତେବେ ମୃତ୍ୟୁର କାରଣ ଅସ୍ପଷ୍ଠ ରହିଛି । ଏସ ଏଲ ଧର୍ମେଗୌଡ଼ାଙ୍କ ଆତ୍ମହତ୍ୟା ଖବର ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚଡ଼ି ଦେବେଗୌଡ଼ା ଓ ଜେଡ଼ିଏସ ନେତାମାନେ ଦୁଃଖ ପ୍ରକାଶ କରିଛନ୍ତି ।