2ବିଶ୍ୱ ରେକର୍ଡ କରିବାର ତରିକା ବି ଅଲଗା ନିଶା ବି ଅଲଗା । ଏମିତି କିଛି ବ୍ୟକ୍ତି ଅଛନ୍ତି ସେମାନେ କିଛି ଭିନ୍ନ କରିଦେଖାଇବାକୁ ଚେଷ୍ଟା କରିଥାନ୍ତି । ଯାହାକୁ ସାଧାରଣ ଲୋକେ ଦେଖି ଅସାଧାରଣ ମନେକରନ୍ତି । ଏଭଳି କିଛି କାମ କରିଛନ୍ତି ଅଷ୍ଟ୍ରିଆର ୪ ଜଣ ସ୍କାଏ ଡାଇଭର ।

Advertisment

3ବିଶ୍ୱ ରେକର୍ଡ କରିବା ପାଇଁ ଏହି ରେଡ୍ ବୁଲ୍ ସ୍କାଏଡାଇଭ ଟିମ୍ ୧୨୫ମିଟର ଲମ୍ବର ଦଉଡିକୁ ଦୁଇଟି ହଟ୍ ଏୟାର ବେଲୁନରେ ୧୮୦୦ମିଟର ଉଚ୍ଚତାରେ ଯୋଡି ଆକାଶରୁ ଝୁଲିଛନ୍ତି । ଏହି ସ୍କାଏଡାଇଭର ସେମାନଙ୍କର ଭୟାନକ “ ମେଗା ସ୍ୱିଙ୍ଗ୍ ” ଷ୍ଟଂଟ ଦେଲାପରେ ଭୂମିକୁ ଓହ୍ଲାଇଥିଲେ । ଏହାକୁ ଦେଖି ଚକିତ ହୋଇଛନ୍ତି ସମସ୍ତେ । ଆକାଶର ଖୁବ୍ ଉଚ୍ଚରୁ ଏହି ସ୍କାଏ ଡାଇଭରମାନେ ଝୁଲି ଦେଖେଇଛନ୍ତି ଆଖି ଝଲସିଲା ଭଳି ଶୋ ।

ଏହି ରେଡ୍ ବୁଲ ଟିମ୍ କହିଛନ୍ତି ,ଏହା ଶୁଣିବାକୁ ଅପେକ୍ଷା କେତେବେଳେ ଏହି ଆକାଶରୁ ଦୀର୍ଘ ଲମ୍ବର ଷ୍ଟଂଟ ବିଶ୍ୱ ରେକର୍ଡ କରିବ ।
ଦେଖନ୍ତୁ ଏହି ଭିଡିଓ କ୍ଲିପରୁ ଏହି ସ୍କାଏଡାଇଭରଙ୍କ ଶୋ -