ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପାଇଁ ୬ ଜଣଙ୍କ ନାଁ ସର୍ଟଲିଷ୍ଟ କଲା ବିସିସିଆଇ । ଆସନ୍ତା ୧୬ରେ ସିଏସି କମିଟି ନେବ ସାକ୍ଷାତକାର

898

ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ପାଇଁ ୬ ଜଣଙ୍କ ନାଁ ସର୍ଟଲିଷ୍ଟ କଲା ବିସିସିଆଇ । ଆଉ ଏହି ତାଲିକାରେ ଏବେ ଭାରତୀୟ କ୍ରିକେଟ ଟିମର କୋଚ୍ ଥିବା ରବି ଶାସ୍ତ୍ରୀଙ୍କ ନାଁ ମଧ୍ୟ ରହିଛି । ଶାସ୍ତ୍ରୀଙ୍କ ସମେତ ଅନ୍ୟ ଦୁଇ ଭାରତୀୟଙ୍କୁ ମଧ୍ୟ ଏହି ତାଲିକାରେ ରଖାଯାଇଛି । ପୂର୍ବତନ କ୍ରିକେଟର ଲାଲଚାନ୍ଦ ରାଜପୁତ ଓ ରବିନ ସିଂ ମୁଖ୍ୟ କୋଚ ରେସରେ ରହିଥିବା ବେଳେ ବିଦେଶୀ ଭାବେ ମାଇକ ହାସନ, ଟମ ମୁଡି ଓ ଫିଲ ସିମୋନ୍ସଙ୍କୁ ମଧ୍ୟ ମୁଖ୍ୟ କୋଚ୍ ପାଇଁ ଦାବିଦାର ରହିଛନ୍ତି । ଆସନ୍ତା ୧୬ ତାରିଖରେ ଏହି ୬ ଜଣଙ୍କ ସାକ୍ଷାତକାର ନେବା ପରେ ମୁଖ୍ୟ କୋଚ୍ ଘୋଷଣା କରାଯିବ ।

ମୁଖ୍ୟ କୋଚ୍ ରେସରେ ଥିବା ପୂର୍ବତନ ଖେଳାଳିଙ୍କ ସାକ୍ଷାତକାର ବିସିସିଆଇ କ୍ରିକେଟ ପରାମର୍ଶଦାତା କମିଟି ନେବ । ପୂର୍ବରୁ ଏହି ସାକ୍ଷାତକାର ୧୩ କିମ୍ବା ୧୪ ତାରିଖରେ ହେବାକୁ ଥିବା ବେଳେ  ଏବେ କୌଣସି କାରଣରୁ ଏହାକୁ ଘୁଞ୍ଚାଇ ଦିଆଯାଇଛି । ଏହାପୂର୍ବରୁ ବିରାଟ ଏବେ କୋଚ୍ ଥିବା ରବି ଶାସ୍ତ୍ରୀଙ୍କୁ ନେଇ ବଡ ବୟାନ ଦେଇଥିଲେ । ଏବେ ପୂରା ଦଳର ଖେଳାଳି ରବି ଶାସ୍ତ୍ରୀଙ୍କୁ ନେଇ ଖୁସି ଅଛନ୍ତି ବୋଲି କୋହଲି କହିଥିଲେ । ତେଣୁ ରବି ଶାସ୍ତ୍ରୀଙ୍କ ଉପରେ ପୁଣିଥରେ ଭରସା କରିପାରେ ବିସିସିଆଇ ।