କୁମ୍ଭୀର ମୁହଁରୁ ଦାଦାଙ୍କୁ ବଂଚାଇଥିଲେ, ଆଉ ଏବେ ଜାତୀୟ ସାହସିକତା ପୁରସ୍କାର ପାଇବେ ରାଜନଗରର ଶିତୁ ମଲିକ

ଜାନୁଆରୀ ୨୬ରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ କରିବେ ପୁରସ୍କୃତ !

121

କନକ ବ୍ୟୁରୋ : କୁମ୍ଭୀର ମୁହଁରୁ ବଂଚାଇଥିବାରୁ ଜାତୀୟ ସାହସିକତା ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ କଣ୍ଡିରା ଗାଁର ଶିତୁ ମଲିକ । ଆସନ୍ତା ଜାନୁଆରୀ ୨୬ ତାରିଖରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଛି । ଶିତୁ ନିଜ ଦାଦା ବିନୋଦ ମଲିକଙ୍କୁ ଗତ ଫେବ୍ରୁଆରୀ ମାସ ୨୦ ତାରିଖ ସନ୍ଧ୍ୟାରେ କୁମ୍ଭୀର ମୁହଁରୁ ଜୀବନ ରକ୍ଷା କରିଥିଲେ ।

 

ଶିତୁ ତାଙ୍କ ଦାଦାଙ୍କ ସହ ରାତି ପ୍ରାୟ ୮ଟା ସମୟରେ ହଂସୁଆ ନଦୀକୁ ଶୌଚ ପାଇଁ ଯାଇଥିବା ବେଳେ ହଠାତ ଏକ କୁମ୍ଭୀର ବିନୋଦଙ୍କ ବାମ ହାତକୁ କାମୁଡି ଧରିଥିଲା । ତେବେ ଏହି ସମୟରେ ସାହସିକତାର ସହ ନିଜ ଦାଦାଙ୍କୁ ରକ୍ଷା କରିଥିଲେ ଶିତୁ । ଉପସ୍ଥିତ ବୁଦ୍ଧି ଖଟାଇ ଶିତୁ ତାଙ୍କ ଦାଦାଙ୍କ ଡାହାଣ ହାତ ଧରି ଟାଣିଦେବାରୁ ସେ ବଂଚିଯାଇଥିଲେ ।