ଶୀତଳଷଷ୍ଠୀ ପାଇଁ ଉତ୍ସବ ମୁଖର ହେଲା ସମ୍ବଲପୁର: ଆଜି ସାରା ସହରରେ ପତରପେଣ୍ଡି ଉତ୍ସବ, ୪ରେ ଦେବ ବିବାହ

165

କନକ ବ୍ୟୁରୋ: ରୀତିନୀତି ଅନୁସାରେ ସମ୍ବଲପୁରର ଶୀତଳ ଷଷ୍ଠୀ ଯାତ୍ରା ଆଗେଇ ଚାଲୁଥିବା ବେଳେ ଦେବବିହାହରେ ଉପସ୍ଥିତ ରହିବାକୁ ମା’ ସମଲେଶ୍ୱରୀଙ୍କୁ ନିମନ୍ତ୍ରଣ କରାଯାଇଛି । ନନ୍ଦପଡ଼ାର ଦେବ ନିମନ୍ତ୍ରଣ କାର୍ଯ୍ୟକ୍ରମ ପରେ ସମଲେଇ ମନ୍ଦିରରେ ପଂହଚିଛି ନିମନ୍ତ୍ରଣ । ବିରାଟ ପଟୁଆରରେ ବାହାରି ପଇତା, ଗାମୁଛାଳ ଗୁଆ, ହଳଦୀ, ମିଠା ନେଇ ନିମନ୍ତ୍ରଣ କରିଛନ୍ତି । ଇଷ୍ଟଦେବୀ ସମଲେଶ୍ୱରୀଙ୍କୁ ବାହାଘରରେ ଉପସ୍ଥିତ ରହିବା ପାଇଁ ନୃସିଂହ ମହାପ୍ରଭୁ ନିମନ୍ତ୍ରଣ କରିଛନ୍ତି ।

ସାତ ଦିନ ବ୍ୟାପୀ ଶୀତଳ ଷଷ୍ଠୀ ପର୍ବରେ ଆଜି ପତରପେଣ୍ଡି ଉତ୍ସବ । ୪ ତାରିଖ ବିଳମ୍ବିତ ରାତିର ବ୍ରହ୍ମ ମୂହୂର୍ତ ଶୁଭଲଗ୍ନରେ ଶିବ-ପାର୍ବତୀ ଅନୁଷ୍ଠିତ ହେବ । ଦୁଇ ବର୍ଷ ପରେ ଏଥର ଭକ୍ତଙ୍କ ଗହଣରେ ଶୀତଳଷ୍ଠୀ ଅନୁଷ୍ଠିତ ହେଉଛି । ତେଣୁ ଭକ୍ତଙ୍କ ମଧ୍ୟରେ ଭରପୁର ଉତ୍ସାହ ଦେଖିବାକୁ ମିଳୁଛି ।