ରାଉରକେଲାରେ ହଟହଟା ହେଲେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ । ଓସିଏଲର ଜମି ଅଧିଗ୍ରହଣ ପାଇଁ ପ୍ରସ୍ତାବିତ ଜନଶୁଣାଣିକୁ ଯିବା ପୂର୍ବରୁ ଅଞ୍ଜଳୀ ସୋରେନଙ୍କୁ ଅଟକାଇଲା ପୋଲିସ ।

188

କନକ ବ୍ୟୁରୋ : ରାଉରକେଲାରେ ହଟହଟା ହେଲେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀଙ୍କ ଭଉଣୀ । ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚାର ଓଡିଶା ସଭାପତି ତଥା ହେମନ୍ତ ସୋରେନଙ୍କ ଭଉଣୀ ଅଞ୍ଜଳି ସୋରେନଙ୍କୁ ଅଟକାଇଛି ପୋଲିସ । ଓସିଏଲର ଜମି ଅଧିଗ୍ରହଣ ପାଇଁ ପ୍ରସ୍ତାବିତ ଜନଶୁଣାଣିରେ ଯୋଗ ଦେବା ପାଇଁ ସେ ରାଉରକେଲାରେ ପହଂଚିଥିଲେ । ହେଲେ ଆଇନ ଶୃଙ୍ଖଳା ଦୃଷ୍ଟିରୁ ତାଙ୍କୁ ହୋଟେଲ ବାହାରକୁ ଛଡା ଯାଇନଥିଲା । ସେଥିଲାଗି ଦୀର୍ଘ ସମୟ ଯାଏଁ ହୋଟେଲ ପରିସରରେ ଅସନ୍ତୋଷ ଲାଗିରହିଥିଲା ।

ଓସିଏଲ ପକ୍ଷରୁ ଡେଲାମାଇଟ ଓ ଚୂନପଥର ଖଣି ପାଇଁ କୁକୁଡା ଓ ଅଲଣ୍ଡା ପଂଚାୟତରେ ଗତକାଲି ଜନଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଥିଲା । ହେଲେ ସ୍ଥାନୀୟ ଅଂଚଳର କିଛି ଲୋକ ଏହାକୁ ବିରୋଧ କରୁଥିଲେ । ଏହି ବିରୋଧକୁ ସମର୍ଥନ ଜଣାଇ ଜଏମଏମର ଓଡିଶା ସଭାପତି ଅଞ୍ଜିଳ ସୋରେନ ରାଉରକେଲାରେ ପହ୍ି ଏକ ହୋଟେଲରେ ରହିଥିଲେ । ଦଳୀୟ କର୍ମକର୍ତାଙ୍କ ସହ ସେ ଜନଶୁଣାଣିକୁ ଯିବା ପାଇଁ ପ୍ରସ୍ତୁତ ହେଉଥିବାବେଳେ ପ୍ଲାଣ୍ଟସାଇଟ ପୋଲିସ ହୋଟେଲରେ ପହଞ୍ଚି ତାଙ୍କୁ ହୋଟେଲରୁ ବାହାରକୁ ଛାଡିନଥିଲା ।