‘ମୋ ପ୍ରତି ଶ୍ରଦ୍ଧା ପ୍ରକାଶ କରିବାକୁ ଚାହୁଁଥିଲେ, ମୋତେ ପଢିବାକୁ ବହି ଦିଅ’: ଏଭଳି କହିଲେ ସିଦ୍ଦରମୈୟା

396

କନକ ବ୍ୟୁରୋ: ‘ମୋତେ ଫୁଲ କି ସାଲ୍ ଦିଅନି ବରଂ ମୋତେ ପଢିବାକୁ ବହି ଦିଅନ୍ତୁ’ ବୋଲି ଟ୍ୱିଟ କରି କହିଛନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୟା । ସମ୍ମାନର ନିଦର୍ଶନ ଭାବେ ଲୋକେ ଦେଉଥିବା ଫୁଲ ଓ ସାଲ୍‌ ଗ୍ରହଣ କରିବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି ସିଦ୍ଦରମୈୟା। ଏ ନିଷ୍ପତ୍ତି ଉଭୟ ବ୍ୟକ୍ତିଗତ ଓ ସର୍ବସାଧାରଣ କାର୍ୟ୍ୟକ୍ରମ ପ୍ରତି ପ୍ରଯୁଜ୍ୟ ବୋଲି ସେ କହିଛନ୍ତି ।

କେବଳ ଏତିକି ନୁହେଁ ,ତାଙ୍କ ପାଇଁ ଉଦ୍ଦିଷ୍ଟ ‘ଜିରୋ ଟ୍ରାଫିକ୍‌’ ନିମୟ ମଧ୍ୟ ପ୍ରତ୍ୟାହାର କରି ନେବା ପାଇଁ ସେ ବେଙ୍ଗାଲୁରୁ ପୁଲିସକୁ କହିଛନ୍ତି। ଜନସାଧାରଣ ଅସୁବିଧାରେ ପଡୁଥିବାରୁ ସେ ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା କଥା କହିଛନ୍ତି।