ମମତାଙ୍କ ବାଏ ବାଏ କହିଲେ ଟିଏମସି ନେତା ଶିଶିର ଅଧିକାରୀ । ଅମିତ ଶାହଙ୍କ ଉପସ୍ଥିତିରେ ଧରିଲେ ପଦ୍ମ ।

143

କନକ ବ୍ୟୁରୋ: ପଶ୍ଚିମବଙ୍ଗରେ ନିର୍ବାଚନ ଯେତିକି ପାଖୋଉଛି, ଟିଏମସି ଶିବିରରୁ ନେତାମାନେ ଦଳ ଛାଡି ସେତିକି ବିଜେପିରେ ସାମିଲ ହେଉଛନ୍ତି । ଏହି କ୍ରମରେ ଆଜି ଟିଏମସି ନେତା ତଥା ଶୁଭେନ୍ଦୁ ଅଧିକାରୀଙ୍କ ବାପା ଶିଶିର ଅଧିକାରୀ ମମତାଙ୍କୁ ବାଏ ବାଏ କହି ପଦ୍ମ ଶିବିରରେ ସାମିଲ ହୋଇଛନ୍ତି । କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ ଶାହଙ୍କ ରାଲିରେ ଯୋଗଦେଇ ସେ ବିଜେପିରେ ସାମିଲ ହୋଇଛନ୍ତି ।

ଗତ କିଛି ଦିନ ଧରି ଶିଶିର ଅଧିକାରୀ ବିଜେପିରେ ସାମିଲ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଉଥିଲା । ହେଲେ ଆଜି ସେ ଟିଏମସି ଛାଡିବା ସହିତ ବିଧିବଦ୍ଧ ଭାବେ ଗୈରିକ ଦଳରେ ସାମିଲ ହୋଇଛନ୍ତି । ତାଙ୍କ ପୂର୍ବରୁ ପୁଅ ଶୁଭେନ୍ଦୁ ଅଧିକାରୀ ମଧ୍ୟ ମମତାଙ୍କ ଶିବିର ଛାଡି ବିଜେପି ଜଏନ୍ କରିଥିଲେ । ମେଦିନିପୁର, ବାଙ୍କୁରା ଏବଂ ପୁରୁଲିଆ ଅଂଚଳରେ ଥିବା ୩୦ରୁ ଅଧିକ ସିଟରେ ଅଧିକାରୀ ବଂଶର ଦବଦବା ରହୁଛି । ତେଣୁ ଶୁଭେନ୍ଦୁଙ୍କ ପରେ ଶିଶିର ବିଜେପିରେ ସାମିଲ ହେବା ବିଜେପିକୁ ଫାଇଦାରେ ରଖିପାରେ ବୋଲି ରାଜନୀତି କରିଡରରେ ଚର୍ଚ୍ଚା ହେଉଛି ।