କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୪ ଦିବସୀୟ ଆମେରିକା ଗସ୍ତରେ ଯାଇ ଆମେରିକାବାସୀଙ୍କ ମନ ଜିତିନେଇଛନ୍ତି । ଏହା କିଛି ଭିଡିଓରୁ ସ୍ପଷ୍ଟ ବାରି ହୋଇପଡୁଛି । ୱାଶିଂଟନ୍ ରୋନାଲ୍ଡ ରିଗନ୍ ସେଣ୍ଟରରେ ଆମେରିକୀୟ ଭାରତୀୟଙ୍କୁ ସମ୍ବୋଧନ କରୁଥିଲେ ମୋଦୀ । କାର୍ଯ୍ୟକ୍ରମ ଶେଷରେ ଆମେରିକାର ଲୋକପ୍ରିୟ ସିଙ୍ଗର ମେରୀ ମିଲବେନ୍ ଭାରତର ଜାତୀୟ ସଙ୍ଗୀତ ଗାଇଥିଲେ । ଏହାପରେ ମୋଦୀଙ୍କ ପାଖକୁ ଆସି ତାଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ । ଆଉ ପ୍ରତିକ୍ରିୟାରେ କହିଥିଲେ ‘ ମୋଦୀ ଜଣେ ଦୟାଳୁ ଏବଂ ସାନଦାର ବ୍ୟକ୍ତିତ୍ୱ’ । ଏବେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି ।

Advertisment

ବାସ୍ ଏତିକିରେ ଭାରତ ମାତା କି ଜୟ ଓ ମୋଦୀଙ୍କ ନାରାରେ କମ୍ପିଥିଲା ପୁରା ହଲ୍ । ମୋଦୀଙ୍କ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବାରୁ ନିଜକୁ ଭାଗ୍ୟବାନ୍ ମନେ କରୁଛନ୍ତି ବୋଲି କହିଛନ୍ତି ସିଙ୍ଗର ମେରୀ ମିଲବେନ୍ ।

ଆମେରିକା ଗସ୍ତରେ ଯାଇ ଦୁଇ ଦେଶରେ ମଧ୍ୟରେ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହ ଚୁକ୍ତି ଗୁଡିକୁ ନିଶ୍ଚିତ କରିପାରିଛନ୍ତି । ଏହା ମଧ୍ୟରେ ସେଠାରେ ଥିବା ଭାରତୀୟଙ୍କ ପାଇଁ ଏଚ-୧ ବି ଭିସାର ନବୀକରଣ କଥା ଘୋଷଣା କରି ସେମାନଙ୍କୁ ଖୁସି କରିଛନ୍ତି ମୋଦୀ ।