ବଢିଲା ହ୍ୟୁମାନ ସାଗର-ଜାପାନୀ ବିବାଦ । ସୋସିଆଲ ମିଡିଆରେ ପୁଣି କଡା ଜବାବ ଦେଲେ କଣ୍ଠଶିଳ୍ପୀ ।

218

କନକ ବ୍ୟୁରୋ: ଜଗନ୍ନାଥ ଭଜନ ଗାଇବେ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ବିବାଦ ଭିତରେ ସୋସିଆଲ ମିଡିଆରେ ପୋଷ୍ଟ କରି ଫ୍ୟାନମାନଙ୍କୁ ଏଭଳି ମେସେଜ ଦେଇଛନ୍ତି ହ୍ୟୁମାନ । ଏହି ଗୀତରେ ନିଜେ କଣ୍ôଠଦାନ କରିବା ସହ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ନିଜେ ହ୍ୟୁମାନ । ଆଉ ଶୀର୍ଷକ ରହିଛି ଦଣ୍ଡବତ ହେଲି ମୁଁ କାଳିଆ ପାଖରେ । ସଙ୍ଗୀତ ନିର୍ଦ୍ଦେଶକ ଜାପାନୀଙ୍କ ଅଭିଯୋଗ ପରେ ହ୍ୟୁମାନଙ୍କ କାଳିଆ ଭଜନ ଗାଇବା ନେଇ ଆଜିର ଟ୍ୱିଟ ନୂଆ ଚର୍ଚ୍ଚା ସୃଷ୍ଟି କରିଛି ।
ସୋସିଆଲ ମିଡିଆରେ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଇଏ ହେଉଚି ଆଉ ଏକ ପୋଷ୍ଟ । ଭିନ୍ନ ଧର୍ମର ହୋଇଥିବାରୁ ହ୍ୟୁମାନ ସାଗର ଜଗନ୍ନାଥ ଭଜନ ଗାଇବାକୁ ରାଜି ହେଉନଥିବା ଅଭିଯୋଗ କରିଥିଲେ ଜାପାନୀ । ଭିଡିଓ ମେସେଜରେ ଜବାବ ଦେବା ପରେ ହ୍ୟୁମାନ ସାଗର ସୋସିଆ ମିଡିଆରେ ଆଉ ଏକ ପୋଷ୍ଟ କରି ଜାପାନୀଙ୍କ କଥାକୁ ଖଣ୍ଡନ କରିଛନ୍ତି । ସାଗର ସଂଗମ ବ୍ୟାନରରେ ପ୍ରସ୍ତୁତ ହୋଇଥିବା ଏହି ଗୀତରେ ନିଜେ କଣ୍ôଠଦାନ କରିବା ସହ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ହ୍ୟୁମାନ ସାଗର । ଶୀର୍ଷକ ରହିଛି ଦଣ୍ଡବତ ହେଲି ମୁଁ କାଳିଆ ପାଖରେ । ସୋସିଆଲ ମିଡିଆରେ ଏହି ଫଟୋ ପୋଷ୍ଟକରି ସେ ଗାଇଥିବା ଜଗନ୍ନାଥ ଭଜନ ଖୁବଶୀଘ୍ର ଆସିବାକୁ ଯାଉଛି ବୋଲି ସୂଚନା ଦେଇଛନ୍ତି ହ୍ୟୁମାନ ସାଗର ।
କିଛିଦିନ ତଳେ ହ୍ୟୁମାନ ସାଗର ତାଙ୍କୁ କଟକ ଆସିଲେ ହତ୍ୟା କରିବାକୁ ଧମକ ଦେଇଥିବା ଅଭିଯୋଗ କରି ଥାନାରେ ଏତଲା ଦେଇଥିଲେ ଦେବାଶିଷ ମଲ୍ଲିକ ଓରଫ ଜାପାନି । ଗଣମାଧ୍ୟମରେ ଅଭିଯୋଗ କରିଥିଲେ ଯେ, ଏକ ଜଗନ୍ନାଥ ଭଜନ ଗାଇବା ପାଇଁ ଦୀର୍ଘଦିନ ହେଲା ସେ ହ୍ୟୁମାନ ସାଗରଙ୍କ ପଛରେ ପଡିଥିଲେ ମଧ୍ୟ ସେ ରାଜି ହେଉନାହାନ୍ତି । ଏହା ପରେ ବିବାଦ ବଢିଥିଲା । ସୋସିଆଲ ମିଡିଆରେ ବିବାଦ ବଢିବା ପରେ ହ୍ୟୁମାନ ସାଗର ମୁହଁ ଖୋଲିଥିଲେ । ପ୍ରଶ୍ନ ଉଠୁଛି, ଏହା ପରେ ବିବାଦ ବଢିବ ନା ବିବାଦ ଥମିବ । ଜାପାନୀ ଏ ନେଇ କି ଉତର ରଖିବେ ।