ଗାୟକ ଦଲେର୍ ମେହନ୍ଦୀ ଅଭିନେତା ଅମିର ଖାନଙ୍କ ଆଗାମୀ ଫିଲ୍ମ ‘ଦଙ୍ଗଲ’ର ଟାଇଟଲ ଟ୍ରାକ୍ ଗାଇବେ । ଦଲେର୍ କହିଛନ୍ତି “ ଏହିଥର ମୋର ଆଗାମୀ ଗୀତ ଫିଲ୍ମ ‘ଦଙ୍ଗଲ’ ପାଇଁ ହେବ । ଯାହାକୁ ପ୍ରୀତମ ସଂଗୀତ ଦେଇଛନ୍ତି । ଏହାର ମୁଖଡା ଖୁବ୍ ଅର୍ଥପୂର୍ଣ୍ଣ ଅଟେ । ଏ ଏମିତି ଏକ ଗୀତ ଯାହାକୁ ଲୋକେ ଶୁଣି ପ୍ରେରିତ ହେବେ ଓ ଖୁସିରେ ଝୁମି ଯିବେ” ।
ନିତେଶ ତିୱାରୀ ଦ୍ୱାରା ନିର୍ଦେଶିତ ଦଙ୍ଗଲ ୨୩ ଡିସେମ୍ବରରେ ରିଲିଜ ହେବାକୁ ଯାଉଛି । ଏହି ଫିଲ୍ମଟି ରେସଲର ମହାବୀର ସିଂହ ଓ ତାଙ୍କ ଝିଅ ଗୀତା ଏବଂ ବବିତା ଫୋଗଟଙ୍କ ରିୟଲ ଲାଇଫ୍ ଷ୍ଟୋରୀ ।“ବୋଲ୍ ତାରା ରା ରା ” ସିଙ୍ଗର ଦଲେର୍ ପୂର୍ବରୁ ଫିଲ୍ମ “ ରଙ୍ଗ ଦେ ବାସନ୍ତି ”ର ଟାଇଟଲ ଟ୍ରାକକୁ ଗାଇଥିଲେ ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2016/09/1.png)