ପବିତ୍ର ବିଜୟା ଦଶମୀ : ପୂଜା ମଣ୍ଡପରେ ମହାମାୟାଙ୍କ ସ୍ୱତନ୍ତ୍ର ପୂଜାର୍ଚ୍ଚନା, ଚାଲିଛି ସିନ୍ଦୂର ଖେଳ

110

କନକ ବ୍ୟୁରୋ : ବିଜୟାଦଶମୀରେ ଚାଲିଛି ମାଆଙ୍କର ପୂଜା । ମାଆଙ୍କ ନିକଟରେ ଚାଲିଛି ସିନ୍ଦୂର ଖେଳ । ଦଶହରାରେ ଯାଜପୁର ପାତ୍ର ବଜାର ପୂଜା ମଣ୍ଡପରେ ସିନ୍ଦୂର ଖେଳ ଚାଲିଛି । ବଙ୍ଗୀୟ ପରମ୍ପରା ଅନୁସାରେ ମାଆଙ୍କ ବିଦାୟ ପର୍ବରେ ଏହି ସିନ୍ଦୂର ଖେଳ ପାଳିତ ହୋଇଛି । ସଧବା ନାରୀମାନେ ମାଆଙ୍କ ନିକଟରେ ଏକାଠି ହୋଇ ମାଆଙ୍କ ପାଦରେ ସିନ୍ଦୂର ଲଗାଇବା ପରେ ଏହି ସିନ୍ଦୂର ଖେଳ ଖେଳିବାର ପରମ୍ପରା ରହିଛି ।