ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଯୁଦ୍ଧକାଳୀନ ଭିତରେ ଚାଲିଛି କାମ : ବନ ବିଭାଗ, ଓଡ୍ରାମ୍ ଟିମ୍ ଏବଂ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଶିମିଳିପାଳରେ ଚାଲିଛି ନିଆଁ ଲିଭା

ରାତିର ଅନ୍ଧାରରେ ବି ଚାଲିଛି ନିଆଁ ନିୟନ୍ତ୍ରଣ

106

କନକ ବ୍ୟୁରୋ : ଶିମିଳିପାଳର ନିଆଁକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ହେଉଥିବା ବେଳେ ନିଆଁକୁ ଆୟତ କରିବା ପାଇଁ ଯୁଦ୍ଧକାଳିନ ଭିତରେ ଚାଲିଛି ପ୍ରୟାସ । ବନ ବିଭାଗ, ଓଡ୍ରାମ୍ ଟିମ୍ ଏବଂ ଅଗ୍ନିଶମ ବିଭାଗର ମିଳିତ ଉଦ୍ୟମରେ ଶିମିଳିପାଳରେ ଚାଲିଛି ନିଆଁ ଲିଭା । ରାତିର ଅନ୍ଧାରରେ ବି ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଉଦ୍ୟମ ଜାରି ରହିଛି । ଏକାଧିକ ଦମକଳ ଟିମ୍ ଘଟଣାସ୍ଥଳରେ ଉପସ୍ଥିତ ରହି ପାଣି ମରାଯାଉଛି ।

ପିସିସିଏଫ୍ ଶଶି ପଲ- ଶିମିଳିପାଳର ନିଆଁକୁ ନେଇ ଭିନ୍ନ ମତ ଦେଉଥିବା ବେଳେ ଘଟଣାସ୍ଥଳରୁ ଆସୁଥିବା ଚିତ୍ର ସମସ୍ତଙ୍କୁ ବିତ୍ରତ କରି ଦେଉଛି କାରଣ । ଶିମିଳିପାଳ ହେଉଛି ସେହି ଅଭ୍ୟାରଣ୍ୟ, ଯେଉଁଠି ବୁଢ଼ାବଳଙ୍ଗ, ଖଇରୀ, ସାଳନ୍ଦୀ, ଦେଓ ଭଳି ୧୩ଟି ନଦୀ, ୪ ପ୍ରକାରର ଜଙ୍ଗଲ, ଏକ ହଜାର ୭୬ ପ୍ରଜାତୀର ସ୍ତନ୍ୟପାୟୀ ପ୍ରାଣୀ, ୨୯ ପ୍ରଜାତିର ସରୀସୃପ ଏବଂ ୨୩୧ ପ୍ରଜାତୀର ପକ୍ଷୀ ବସବାସ କରନ୍ତି । ଆଉ ଯଦି ଏହି ନିଆଁ ଶିମିଳିପାଳ ଅଭ୍ୟାରଣ୍ୟର କୋର୍ ଅଂଚଳକୁ ବ୍ୟାପକ ଭାବେ ମାଡ଼ି ଯାଏ, ତେବେ  ଜଳୁଥିବା ଏହି ନିଆଁ କେତେ ବଡ଼ ସଂକଟ ଆଣିପାରେ ।

୨ଶହରୁ ଅଧିକ କଳରାପତରିଆ ବାଘ ପ୍ରାୟ ୨୧ଟି ମହାବଳ ବାଘ ଥିବା ଏହି ଶିମିଳିପାଳ ଅଭୟରାଣ୍ୟ, ଜୈବ-ବିଭିଧତାକୁ ବଜାୟ ରଖିବାରେ, ପ୍ରମୁଖ ଭୂମିକା ରହିଛି । ହେଲେ ଗୋଟିଏ ସପ୍ତାହରୁ ଅଧିକ ସମୟ ହେଲା, ଜଳୁଛି ଶିମିଳିପାଳ ଅଭୟାରଣ୍ୟର ଆଖପାଖ ଜଙ୍ଗଲ । ଯଦି ଠିକଣା ସମୟରେ ଏହାକୁ କାବୁ କରାନଯାଏ, ତେବେ କୋର୍ ଅଂଚଳକୁ ମାଡ଼ି ଯିବାର ଭୟ ବଢୁଛି ।