କନକ ବ୍ୟୁରୋ : କଂଗ୍ରେସରୁ ବିଧାୟକ ମହମ୍ମଦ ମୋକିମ ଓ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ୱାଳଙ୍କ ନିଲମ୍ବନ ପ୍ରତିବାଦରେ ସମର୍ଥକଙ୍କ ମୌନବ୍ରତ । କଟକ ଉଇଣ୍ଡସର୍ ପ୍ୟାଲେସରେ ବହୁ ସଂଖ୍ୟାରେ ସମର୍ଥକ ଯୋଗ ଦେଇ ପ୍ରତିବାଦରେ ବସିଛନ୍ତି । ନିକଟରେ ଦଳ ବିରୋଧୀ କାର୍ଯ୍ୟ ଆଧାରରେ କଂଗ୍ରେସ ଏହି ଦୁଇ ନେତାଙ୍କୁ ନିଲମ୍ବନ କରିଛି । ଆଉ ନିଲମ୍ବନ ଆଦେଶର ପୁନର୍ବିଚାର ଦାବି କରିଛନ୍ତି ଦୁଇ ନେତାଙ୍କ ସମର୍ଥକ ।