ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ଆଘାତ! ଆହତ କାରଣରୁ ବିଶ୍ୱକପରୁ ବାଦ୍ ପଡ଼ିଲେ ଧୱନ ।
ଆହତ କାରଣରୁ ବିଶ୍ୱକପରୁ ବିଦା ହେଲେ ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ ।
କନକ ବ୍ୟୁରୋ: ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ନିରାଶଜନକ ଖବର । ଆହତ କାରଣରୁ ବିଶ୍ୱକପରୁ ବିଦା ହେଲେ ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ଶିଖର ଧୱନ । ଗତ ୯ ତାରିଖ ଦିନ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚରେ ଦମଦାର ଶତକ କରି ପ୍ରଶଂସା ପାଇଥିବା ଓପନର ଶିଖର ଧୱନ ଆହତ ହୋଇଥିଲେ, ଫଳରେ ତାଙ୍କ ବାମ ହାତର ଆଙ୍ଗୁଠିରେ ଆଘାତ ଲାଗିଥିଲା । ସେଥିପାଇଁ ବିସିସିଆଇ ତାଙ୍କୁ ତିନି ସପ୍ତାହ ପର୍ଯ୍ୟନ୍ତ ବିଶ୍ରାମ କରିବାକୁ କହିଥିଲେ । ବିର୍ତ୍ତମାନ ସେ ସମ୍ପୂର୍ଣ୍ଣ ବିଶ୍ୱକପ ପ୍ରତିଯୋଗିତାରୁ ବାଦ୍ ପଡ଼ିଛନ୍ତି । ଯାହା ଟିମ ଇଣ୍ଡିଆର ପ୍ରଶଂସକଙ୍କୁ ନିରାଶ କରିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ସେପଟେ ଷ୍ଟାଣ୍ଡବାଇରେ ଲଣ୍ଡନକୁ ଡକରା ଯାଇଥିବା ଭାରତୀୟ ବାମହାତୀ ଯୁବ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ତାଙ୍କ ସ୍ଥାନରେ ଖେଳିବେ ବୋଲି ସୂଚନା ମିଳିଛି । ପୂର୍ବରୁ ମଧ୍ୟ ଧୱନଙ୍କୁ ଲାଗିଥିବା ଆଘାତ କେତେ ଜଟିଳ ହୋଇପାରେ ତାହା ଭାରତୀୟ ଟିମ୍ ପକ୍ଷରୁ ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏବେ ତାଙ୍କ ଆଘାତ ଅଧିକ ଗୁରୁତର ଥିବା ଆଶଙ୍କା କରାଯାଉଛି । ତେଣୁ ତାଙ୍କୁ ସମ୍ପୂର୍ଣ୍ଣ ବିଶ୍ୱକପ୍ ଟୁର୍ଣ୍ଣାମେଣ୍ଟରୁ ବାଦ୍ କରିଛନ୍ତି ବିସିସିଆଇ । ଫଳରେ ତାଙ୍କ ସ୍ଥାନରେ ଭାରତୀୟ ବାମହାତୀ ଯୁବ ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତଙ୍କୁ ସୁଯୋଗ ଦିଆଯାଇ ଆଗକୁ ହେବାକୁଥିବା ମ୍ୟାଚରେ ହୁଏତ ଦେଖିବାକି ମିଳିପାରେ ।