କନକ ବ୍ୟୁରୋ: କୋଭିଡ ରୋଗୀଙ୍କ ପାଇଁ ଆଗକୁ ଆସିଲେ ଶିଖ ସମ୍ପ୍ରାଦାୟ । ଘରେ ଆଇସୋଲେସନରେ ରଖି ଚିକିତ୍ସା ହେଉଥିବା ରୋଗୀ ଓ ତାଙ୍କ ପରିବାରକୁ ରନ୍ଧା ଖାଦ୍ୟ ଯୋଗାଉଛନ୍ତି ଶିଖ ଯୁବକମାନେ । ଗୁରୁଦ୍ୱାର ସିଂ ସଭାର ସଦସ୍ୟମାନେ ରବିବାର ଏହି ସେବା ଆରମ୍ଭ କରିଥିଲେ । ଉଭୟ ମଧ୍ୟାହ୍ନ ଭୋଜନ ଓ ରାତ୍ରୀ ଭୋଜନ କରି ପାରୁନଥିବା କୋଭିଡ ଆକ୍ରାନ୍ତଙ୍କ ପରିବାରକୁ ଏହି ସେବା ଯୋଗାଇ ଦିଆଯାଉଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏହି ଲଙ୍ଗର ସେବାକୁ ଫୋନ କରି ମଧ୍ୟ ପାଇ ପାରିବେ । ଏଥିପାଇଁ ଗୁରୁଦ୍ୱାର ସିଂ ସଭା ପ କ୍ଷରୁ ୯୬୬୮୦୮୪୨୨୬ ଓ ୯୪୩୮୦୫୪୬୪୧ ନମ୍ବର ଜାରି କରାଯାଇଛି । ଯେଉଁମାନେ ମଧ୍ୟାହ୍ନ ଭୋଜନ ବୁକ କରିବାକୁ ଚାହୁଁଛନ୍ତି ସେମାନେ ସକାଳ ୧୦ଟା ପର୍ଯ୍ୟନ୍ତ ଫୋନ କରି ବୁକିଂ କରିପାରିବେ । ରାତ୍ରୀ ଭୋଜନ ପାଇଁ ସନ୍ଧ୍ୟା ୫ଟା ସୁଦ୍ଧା ଫୋନ କରି ବୁକିଂ କରିପାରିବେ । ବୁକିଂ କରିବାର ୨ରୁ ୩ ଘଣ୍ଟା ମଧ୍ୟରେ ଖାଦ୍ୟ ବିତରଣ କରାଯିବ ।
ଗୁରୁଦ୍ୱାରର ୧୨ ଜଣ ସଦସ୍ୟ ରନ୍ଧା ଖାଦ୍ୟ ପ୍ରସ୍ତୁତ ଲୋକ ମାନଙ୍କ ପାଖରେ ଖାଦ୍ୟ ପହଞ୍ଚାଉଛନ୍ତି । ପ୍ରତିଦିନ ୭୦ରୁ ୮୦ କୋଭିଡ ରୋଗୀଙ୍କୁ ଏହି ଖାଦ୍ୟ ବଣ୍ଟା ଯାଉଛି । କରୋନାର ପ୍ରଥମ ଲହରରେ ମଧ୍ୟ ଗୁରୁଦ୍ୱାର ସଦସ୍ୟ ମାନେ ଏଭଳି ଲଙ୍ଗର ସେବା ଆରମ୍ଭ କରିଥିଲେ ।