ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ: ୮ ସନ୍ଦିଗ୍ଧ ଅପରାଧୀଙ୍କ ଫଟୋ ଜାରି । ଦିଲ୍ଲୀ, ହରିଆଣା, ରାଜସ୍ଥାନରେ ରହି ଅପରେଟ କରୁଛନ୍ତି ଗ୍ୟାଙ୍ଗ ।

177

କନକ ବ୍ୟୁରୋ : ଲୋକପ୍ରିୟ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଥିବା ୮ ସାର୍ଫ ସୁଟର ଚିହ୍ନଟ ହୋଇଛନ୍ତି । ମନପ୍ରୀତ ଭୋଲୁ, ଜଗରୂପ ସିଂ ରୂପା, ସନ୍ତୋଷ ଯାଦବ, ସୁଭାଷ ବନୋନ୍ଦା, ସୌରଭ ମହାକାଲ, ହରକମଲ ସିଂ ରାନୁ, ପ୍ରିୟବ୍ରତ ଫୌଜୀ, ମନପ୍ରୀତ ମନ୍ନୁ । ଏମାନେ ହେଉଛନ୍ତି ସିଙ୍ଗର ମୁସେୱାଲଙ୍କ ୮ ହତ୍ୟାକାରୀ । ମେ ୨୯ ତାରିଖରେ ପଞ୍ଜ।।ବର ମନସାରେ ସିଦ୍ଧୁ ମୁସେୱାଲଙ୍କୁ ହତ୍ୟା କରିଥିଲେ ଏହି ୮ ସାର୍ଫ ସୁଟର । ହତ୍ୟାକାଣ୍ଡର ୮ଦିନ ପରେ ଏବେ ଏମାନଙ୍କ ଚିହ୍ନଟ କରିଛି ପଞ୍ଜାବ ପୁଲିସର ଏସଆଇଟି ଟିମ । ମହାରାଷ୍ଟ୍ର ରାଜସ୍ଥାନ, ପଞ୍ଜାବ ଓ ହରିଆଣରେ ଲୁଚିଥିବା ଏହି ଅପରାଧୀଙ୍କୁ ଖୋଜିବା ପାଇଁ ପଞ୍ଜାବ ପୁଲିସର ସ୍ୱତନ୍ତ୍ର ଟିମ ଭିନ୍ନ ଭିନ୍ନ ରାଜ୍ୟରେ ପହଁଞ୍ଚି ଜୋରଦାର ଚଢାଉ କରୁଛି । ଏହି ସମସ୍ତ ଅପରାଧୀ ତିହାର ଜେଲରେ ସଜ୍ଜା କାଟୁଥିବା ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ବୋଲି କହିଛି ପଂଜାବ ପୁଲିସ ।

ହତ୍ୟାକାଣ୍ଡର ଯାଞ୍ଚ ଭିତରେ ସାମ୍ନାକୁ ଆସିଛି ନୂଆ ସିସିଟିଭି ଫୁଟେଜ । ମେ ୨୯ର ଏହି ଭିଡିଓ । ସିଦ୍ଧୁଙ୍କୁ ହତ୍ୟା କରାଯିବାର ଠିକ କିଛି ସମୟର ପୂର୍ବରୁ ସିସିଟିଭିରେ କଏଦ ହୋଇଥିଲା ଏହି ଭିଡିଓ । ଭିଡିଓରେ ସିଦ୍ଧୁ ମୁସେୱାଲା ଘରୁ ବାହାରୁଥିବା ସମୟରେ ତାଙ୍କ ଗାଡି ନିକଟରେ କିଛି ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ଏହା ଭିତରେ ଜଣେ ବ୍ୟକ୍ତି ସିଦ୍ଧୁଙ୍କ ସହ ସେଲଫି ମଧ୍ୟ ନେଇଥିଲେ । ପୁଲିସର ସୂଚନା ଅନୁସାରେ ସନ୍ଦିଗ୍ଧ ବ୍ୟକ୍ତି ନାଁ ଖେକଡା ଓ ଇଏ ହିଁ ସାର୍ପ ସୁଟରଙ୍କୁ ସିଦ୍ଧୁଙ୍କ ଗତିବିଧିର ସୂଚନା ଦେଇଥିଲା । ସୂଚନା ପାଇବା ପରେ ସିଦ୍ଧୁଙ୍କ ଗାଡିକୁ ପିଛା କରି ହତ୍ୟାକାଣ୍ଡ ଘଟାଇଥିଲେ ଅନୁମାନ । ଏଥିସହ ପଞ୍ଜାବ ପୁଲିସ କହିଛି:
● ହତ୍ୟାକାଣ୍ଡରେ ମୋଟ ୧୦ଜଣ ଶାର୍ପ ସୁଟର ସାମିଲ ଅଛନ୍ତି
● ୮ଜଣ ଲରେନ୍ସ ବିଷ୍ନୋୟୀ ଗ୍ୟାଙ୍ଗର ଓ ୨ଜଣ ଅନ୍ୟ ଏକ କୁଖ୍ୟାତ ଗ୍ୟାଙ୍ଗର
● ହତ୍ୟା କରିବା ପୂର୍ବରୁ ୬ଜଣ ସ।ର୍ପ ସୁଟର ହରିଆଣା,ରାଜସ୍ଥାନ ଓ ମହାରାଷ୍ଟ୍ରରୁ ପଞ୍ଜାବକୁ ଆସିଥିଲେ
● ଅନ୍ୟ ୨ ଜଣ ଅପରାଧୀ ପଞ୍ଜାବରେ ପୂର୍ବରୁ ଥିଲେ
● ହତ୍ୟାକାଣ୍ଡର ୩ଦିନ ପୂର୍ବରୁ କୋଟକପୁରାରେ ଏମାନେ ବ୍ଲୁ ପ୍ରିଂଟ ପ୍ରସ୍ତୁତ କରିଥିଲେ
● ଅପରାଧୀମାନେ ସିରସାରୁ ଜଣେ ସହଯୋଗୀର ସାହାଯ୍ୟ ନେଇଥିଲେ
● ହତ୍ୟାକାଣ୍ଡ ଦିନ ସେହି ସହଯୋଗୀ ସିଦ୍ଧୁଙ୍କ ସହ ସେଲଫି ନେଇଥିଲେ
● ସହଯୋଗୀ ଜଣକ ଅପରାଧୀଙ୍କୁ ସିଦ୍ଧୁଙ୍କ ଗତିବିଧିର ସୂଚନା ଦେଇଥିଲେ
● ସୂଚନା ପାଇ ସିଦ୍ଧୁଙ୍କ ଗାଡିର ପିଛା କରି ହତ୍ୟା କରିଥିଲେ ଅପରାଧୀ

ପଞ୍ଜାବ ପୁଲିସ କହିଛି ଅପରାଧୀଙ୍କୁ ରାଜସ୍ଥାନ ଯୋଧପୁରରୁ ଦେଶୀ ଓ ବିଦେଶୀ ହତିଆର ଯୋଗାଯାଇଥିଲା । ସେପଟେ ତିହାର ଜେଲରେ ବନ୍ଦ ଥିବା ଲରେନ୍ସ ବିଶ୍ନୋୟୀକୁ ଜେରା କରି କରି ଗୋଟେ ପରେ ଗୋଟ ସତ ଉଗାଳୁଛି ଦିଲ୍ଲୀ ପୁଲିସର ସ୍ୱତନ୍ତ୍ର ଟିମ ।

ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ ପଛରେ ଗ୍ୟାଙ୍ଗୱାର କାରଣ ବୋଲି ପୁଲିସ କହୁଛି । ସେପଟେ କାନାଡାରେ ବସିଥିବା ଗ୍ୟାଙ୍ଗଷ୍ଟର ଗୋଲଡୀ ବରାର ହତ୍ୟା ପାଇଁ ନିଜକୁ ଦାୟୀ କରିଛି । ମାଷ୍ଟରମାଇଣ୍ଡ ସହ ସମସ୍ତ ଅପରାଧୀକୁ ଧରିବା ପାଇଁ ପଞ୍ଜାବ ଓ ଦିଲ୍ଲୀ ପୁଲିସ ଦିନ ରାତି ଏକ କରିଛନ୍ତି । ଘଟଣାର ୮ଦିନ ଭିତରେ ୮ଜଣ ସାର୍ଫ ସୁଟରଙ୍କ ଧରିବା ପରେ ହୁଏତ ଖୁବ ଶୀଘ୍ର ପଞ୍ଜାବ ପୁଲିସ ମାମଲାର ନିର୍ଣ୍ଣାୟକ ମୋଡରେ ପହଁଞ୍ଚିପାରେ ।