ସିଦ୍ଧୁ ମୁସେୱାଲା ହତ୍ୟାକାଣ୍ଡ : ତଦନ୍ତ ପରେ ବଡ ଖୁଲାସା, ହତ୍ୟାପାଇଁ ରାଜସ୍ଥାନରୁ ଆସିଥିଲା ଗାଡି

248

କନକ ବ୍ୟୁରୋ : ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାକାଣ୍ଡର ଯାଂଚ କରୁଥିବା ପୋଲିସ ଦୈନିକ ନୂଆ ନୂଆ ତଥ୍ୟ ଖୁଲାସା କରିବାରେ ଲାଗିଛି । ଏହି ହତ୍ୟାକାଣ୍ଡରେ ଏପର୍ଯ୍ୟନ୍ତ କିଛି ଲୋକଙ୍କ ଗିରଫ କରାଯାଇଛି । ହେଲେ ଏବେ ଯାଂଚ ଟିମ୍ ଖୁଲାସା କରିଛି କି ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଗାଡିଗୁଡିକୁ ଅପରାଧୀମାନେ ରାଜସ୍ଥାନର ସିକରରୁ ମଗାଇଥିଲେ ।

ସେପଟେ ସିଦ୍ଧୁ ମୁସେୱାଲାଙ୍କୁ ଯେଉଁ ସ୍ଥାନରେ ହତ୍ୟା କରାଯାଇଥିଲା ସେହି ନିକଟରେ ଥିବା ଏକ ପେଟ୍ରୋଲ ପମ୍ପର ସିସିଟିଭି ଫୁଟେଜ ଆଧାରରେ ପୋଲିସ ତାର ଯାଂଚ କରୁଛି । ଫୁଟେଜରେ ଦେଖିବାକୁ ମିଳିଛି କି କିଛି ସନ୍ଦିଗ୍ଧ ବୋଲେରୋ ଗାଡିରେ ତେଲ ପକାଉଛନ୍ତି । ପୋଲିସ ସନ୍ଦେହ କରିଛି କି ଏହି ଗାଡିରେ ଅପରାଧୀମାନେ ଆସି ସିଦ୍ଧୁ ମୁସେୱାଲାଙ୍କୁ ହତ୍ୟା କରିଛନ୍ତି ।

ଏହି ସନ୍ଦେହରେ ପଞ୍ଜାବ ପୋଲିସ ଗତକାଲି ମଧ୍ୟରାତ୍ରରେ ହରିଆଣାର ଫତେହାବାଦରେ ଚଢାଉ କରି ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେପଟେ ଏହାପୂର୍ବରୁ ପୋଲିସ ରାଜସ୍ଥାନର ସରଦାରଶହର ଓ ସୀକରରେ ଚଢାଉ କରିଥିଲା । ସରଦାରଶହର ପୋଲିସ ସ୍ପଷ୍ଟ କରିଛି କି ବୋଲେରୋ ଗାଡିଟି ସୀକର ସହରର ବୋଲି ।

ସବୁଠାରୁ ଆଶ୍ଚର୍ଯ୍ୟ କଥା ଅପରାଧୀମାନେ ମୁସେୱାଲାଙ୍କୁ ହତ୍ୟା କରିବା ପରେ ବନ୍ଧୁକ ମୂନରେ ଏକ ଅଲ୍ଟୋ ଗାଡିକୁ ଛଡାଇ ନେଇ ସେଥିରେ ଫେରାର ହୋଇଯାଇଥିଲେ । ହେଲେ ଏହି କାରକୁ ଏବେ ପୋଲିସ ଜବତ କରିଛି   ।