ବୟାନ ଦେଇ ବିବାଦରେ ଶ୍ୱେତା ତିୱାରୀ । ରାଗିଗଲେ ନେତା ମନ୍ତ୍ରୀ, ଦାଏର ହେଲା ମାମଲା ।

218

କନକ ବ୍ୟୁରୋ: ଟିଭି ଅଭିନେତ୍ରୀ ଶ୍ୱେତା ତିୱାରୀ ଏବେ ବିବାଦରେ । ମଜାରେ ମଜାରେ ଏମିତି କିଛି କହିଦେଲେ ଶ୍ୱେତା ଯାହା ବିଜୁଳି ବେଗରେ ସୋସିଆଲ ମିଡିଆରେ ଭାଇରାଲ ହୋଇଗଲା । ଏହାକୁ ନେଇ ସାଧାରଣରେ ଯେତିକି ଚର୍ଚ୍ଚା, ରାଜନୀତି ମହଲରେ ମଧ୍ୟ ସେତିକି ଆଲୋଚନା । ଶ୍ୱେତାଙ୍କ କଥାକୁ ନେଇ ରାଗିଗଲେ ନେତା ମନ୍ତ୍ରୀ । ଶେଷରେ ତାଙ୍କ ବିରୋଧରେ ଦାଏର ହେଲା ମାମଲା ।


ଏମିତି କ’ଣ କହିଲେ ଶ୍ୱେତା ଯେ, ତାଙ୍କ ବିରୋଧରେ ଉଠିଲା ସବୁ ମହଲରୁ ବିରୋଧର ସ୍ୱର । ଘଟଣା ହେଉଛି ଭୋପଳରେ ନିଜର ଅପକମିଙ୍ଗ ୱେବ ସିରିଜର ଲଞ୍ଚିଙ୍ଗ ଇଭେଣ୍ଟରେ ଯୋଗ ଦେଇଥିଲେ ଶ୍ୱେତା । ତାଙ୍କ ସହ ଥିଲେ ରୋହିତ ରାୟ, ଦଗାଙ୍ଗନା ସୂର୍ଯ୍ୟବଂଶୀଳ ସୌରଭ ରାଜ ଜ୍ରେନ୍, କମ୍ବଲଜୀତ୍ । ଏହି ଅବସରରେ କହୁ କହୁ ଶ୍ୱେତା କହିଥିଲେ ‘ ମୋ ବ୍ରା ସାଇଜ୍ ଭଗବାନ୍ ନେଉଛନ୍ତି’ । ବାସ୍ ଏହି କଥାକୁ ନେଇ ଆରମ୍ଭ ହୋଇଗଲା ବିବାଦ । ଦେଖୁ ଦେଖୁ ଭାଇରାଲ ହୋଇଗଲା ଶ୍ୱେତାଙ୍କ ଏହି ବୟାନ । ରାଜନୀତି ମହଲରେ ମଧ୍ୟ ଏହାକୁ ବିରୋଧ ହେଲା । ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା ଏହି ବୟାନକୁ କଡା ନିନ୍ଦା କରିବା ସହ ଶ୍ୱେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଲେ । ତାଙ୍କ ବିରୋଧରେ ଭୋପାଳ ଶ୍ୟାମଲା ହିଲ୍ସ ପୋଲିସ ଷ୍ଟେସନରେ ଆଇପିସି ଧାରା ୨୯୫(ଏ) ଆଧାରରେ ମାମଲା ଦାଏର ହୋଇଛି । ଶ୍ୱେତା ଏପରି ବୟାନ ଦେଇ ହିନ୍ଦୁଙ୍କ ଧାର୍ମିକ ଭାବନାକୁ କ୍ଷୁର୍ଣ୍ଣ କରିଥିବା ଅଭିଯୋଗ ହୋଇଛି ।

ଅନ୍ୟପଟେ ଶ୍ୱେତାଙ୍କ ପାଇଁ ଆଗେଇ ଆସିଛନ୍ତି ଏହି ସିରିଜ୍ ଶୋ’ର ହଷ୍ଟ୍ ସଲିଲ ଆଚାର୍ଯ୍ୟ । ଏକ ଭିଡିଓ ଜାରି କରି ସଲିଲ କହିଛନ୍ତି ଯେ, ଶ୍ୱେତାଙ୍କ କଥାକୁ ଭୁଲ ଭାବେ ଗ୍ରହଣ କରାଯାଇଛି । ତାଙ୍କ କହିବାର ସନ୍ଦର୍ଭ କିଛି ଭିନ୍ନ ଥିଲା । ତେଣୁ ଶ୍ୱେତାଙ୍କ ବୟାନର ପୁରା ସନ୍ଦର୍ଭକୁ ବୁଝିବାକୁ ଚେଷ୍ଟା କରାଯାଉ ବୋଲି ସଲିଲ ଆଚାର୍ଯ୍ୟା ଅପିଲ କରିଛନ୍ତି ।