ଶ୍ରୀକ୍ଷେତ୍ରରେ ହେବ ଶ୍ରୀଜଗନ୍ନାଥ ଷ୍ଟାଡିୟମ୍ !

42

କନକ ବ୍ୟୁରୋ : ପୁରୀରେ ହେବ ଅନ୍ତର୍ଜାତୀୟସ୍ତରର ଷ୍ଟାଡିୟମ। ଶ୍ରୀଜଗନ୍ନାଥ ଷ୍ଟାଡିୟମ। ବହୁ ପ୍ରତୀକ୍ଷିତ ଏହି ଯୋଜନାର ବାସ୍ତବ ରୁପରେଖ ପ୍ରସ୍ତୁତ ହୋଇଥିବା ବେଳେ ସାକାର ହେବ ପୁରୀ ସହରବାସୀଙ୍କ ସ୍ୱପ୍ନ । ଶ୍ରୀଜଗନ୍ନାଥ ଷ୍ଟାଡିୟମରେ ମଲଟିପରପସ ଇନଡୋର ହଲ , ଆଉ଼ଟଡୋର ଷ୍ଟାଡିୟମ , ନିର୍ମାଣ ଯୋଜନା ରହିଛି। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ୫୦ କୋଟି ଟଙ୍କାର ଅଟକଳ କରାଯାଇଥିବା ବେଳେ ୩୭କୋଟି ୫୦ ଲକ୍ଷ ଟଙ୍କା ଦେବେ କେନ୍ଦ୍ର ସରକାର ।

କେନ୍ଦ୍ର କ୍ରୀଡା ଓ ଯୁବ ସେବା ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଖେଲୋ ଇଣ଼୍ଡିଆ ଯୋଜନାରେ ସାଢେ ୭ କୋଟି ଟଙ୍କା ମଂଜୁର ହୋଇଛି । ଏଥିପାଇଁ ଚକ୍ରତୀର୍ଥ ମୌଜାରେ ୧୩ ଏକର ୬୭୦ ଡ଼ିସିମିଲ ଜମି ଏଥିପାଇଁ ଚିହ୍ନଟ ହୋଇସାରିଛି । ଶ୍ରୀଜଗନ୍ନାଥ ଷ୍ଟାଡିୟମ ପାଇଁ ଏକ କମିଟି ଗଠନ କରାଯାଇଥିବା ବେଳେ ଡିପିଆର ମଧ୍ୟ ପ୍ରସ୍ତୁତ ହୋଇଛି । ୨୦ ଦିନ ମଧ୍ୟରେ ଟେଣ୍ଡର ଡାକିବା ପାଇଁ ପୁର୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ।

ଶ୍ରୀଜଗନ୍ନାଥ ଷ୍ଟାଡିୟମରେ ବ୍ୟାଡମିଣ୍ଟନ , ଭଲିବଲ , ଟେବଲ ଟେନିସ, ସ୍କ୍ୱାସ, ବିଲିୟାର୍ଡ, ଟେନିସ, ଜିମ୍ନାଷ୍ଟିକ, ରେସଲିଂ, ସହ ଆଥଲେଟିକ୍ସ, ଫୁଟବଲ, ବାସ୍କେଟ ବଲ, ଲନ ଟେନିସ, କବାଡି, ଖୋ ଖୋ, ହକି, ହ୍ୟାଣ୍ଡବଲ ଖେଳ ପାଇଁ ସ୍ୱତନ୍ତ୍ର ଟ୍ରାକ ଓ ଗ୍ୟାଲେରି କରାଯିବଂ । ଚେଜିଂ ହଲ ସହ ପାର୍କିଂ ସ୍ଥାନ ମଧ୍ୟ କରାଯିବ । ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଛି ଜିଲା କ୍ରୀଡା ସଙ୍ଘ।

ତେବେ ଏହି ବାବଦରେ ୨୦୦୮-୦୯ ଅର୍ଥିକ ବର୍ଷ ଓ ୨୦୦୯-୧୦ ଆର୍ଥିକରେ ରାଜ୍ୟ ସରକାର ପାଖାପାଖି ୩୦ ଲକ୍ଷ ଟଙ୍କା ଆସିଥିଲା। ଯାହା ବାଟମାରଣା ହୋଇଛି ବୋଲି କ୍ରୀଡା ସଂଘ ଅଭିଯୋଗ କରିଛି ।