ଶ୍ରଦ୍ଧା ମୃତ୍ୟୁ ମାମଲାରେ ପୋଲିସର ଛାନଭିନ୍ : ଅଭିଯୁକ୍ତ ପ୍ରେମିକକୁ ଜଙ୍ଗଲକୁ ନେଇ ଶ୍ରଦ୍ଧାଙ୍କ ଶରୀରର ମାଂସ ଖଣ୍ଡ ଖୋଜୁଛି ପୋଲିସ
କନକ ବ୍ୟୁରୋ : ମହାରାଷ୍ଟ୍ରର ଶ୍ରଦ୍ଧା ୱାକରଙ୍କୁ ପ୍ରେମିକ ଅଫତାବ ହତ୍ୟା କରିବା ଘଟଣା, ତଦନ୍ତକୁ ଜୋରଦାର କଲା ପୋଲିସ । ଅଭିଯୁକ୍ତକୁ ଜଙ୍ଗଲ ଭିତରକୁ ନେଇଛି ପୁଲିସ । ଦିଲ୍ଲୀର ମେହରୁଲି ଥାନା ଅଧିକାରୀ ଜଙ୍ଗଲକୁ ନେଇ ଏବେ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଯେଉଁଠି ଶ୍ରଦ୍ଧାଙ୍କ ମର ଶରୀରର ମାଂସ ଖଣ୍ଡକୁ ଫିଙ୍ଗିଥିଲା । ପ୍ରେମିକ ଅଫତାବ ଆମିନ ପୁନାୱାଲା ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିବା ପରେ ଫ୍ରିଜରେ ରଖିଥିଲା । ଏବେ ପୋଲିସ ଉଭୟଙ୍କ ସାଙ୍ଗକୁ ଜେରା କରିବାକୁ ଯୋଜନା କରିଛି । ସେହିପରି ମୃତ ଶ୍ରଦ୍ଧାଙ୍କ ପରିବାର ଲୋକେ ଅଭିଯୁକ୍ତର ଫାଶୀ ଦଣ୍ଡଦେବାକୁ ଦାବି ହୋଇଛି ।

Kanak News is now on WhatsApp
Join and get latest news updates delivered to you via WhatsApp
ଶ୍ରଦ୍ଧାଙ୍କ ସାଙ୍ଗ ଲକ୍ଷ୍ମଣ ନାଦର କହିଛନ୍ତି, ଶ୍ରଦ୍ଧା ଏବଂ ଅଫତାବଙ୍କ ମଧ୍ୟରେ ଅନେକ ଥର କଳହ ହୋଇଛି । ଶ୍ରଦ୍ଧା ଥରେ ତାଙ୍କ ସହ ହ୍ୱାଟ୍ସଆପରେ ଯୋଗାଯୋଗ କରି ଏସ୍ଓଏସ୍ ମେସେଜ ପଠାଇଥିଲେ । ତାଙ୍କୁ ଉଦ୍ଧାର କରିବାପାଇଁ କହିଥିଲେ । ଏହି ଏସଓଏସ ମେସେଜରେ ଶ୍ରଦ୍ଧା କହିଥିଲେ ଯଦି ସେ ଅଫତାବ ସହ ଆଜି ରାତିରେ ରହିବେ ତେବେ ସେ ତାଙ୍କୁ ମାରିଦେବ । ଏହାପରେ ନାଦର ଏବଂ ତାଙ୍କ ଅନ୍ୟ ସାଙ୍ଗମାନେ ଶ୍ରଦ୍ଧାଙ୍କ ଘରକୁ ଯାଇଥିଲେ । ସେମାନେ ଅଫତାବର ବ୍ୟବହାର ପାଇଁ ତାକୁ ଚେତାବନୀ ଦେଇଥିଲେ । ପରେ ଶ୍ରଦ୍ଧାଙ୍କ ଭାଇଙ୍କୁ ଏକଥା ଜଣାଇଲେ । ଏହାପରେ ଶ୍ରଦ୍ଧାଙ୍କ ବାପା ମୁମ୍ବାଇ ପୁଲିସରେ ଏତଲା ରୁଜୁ କରିଥିଲେ ।
ମେ’ ୧୮ ତାରିଖରେ ସେମାନଙ୍କ ମଧ୍ୟରେ ବିବାହକୁ ନେଇ ବଚସା ହୋଇଥିଲା । ଫଳରେ ପୁନାୱାଲା ଶ୍ରଦ୍ଧାଙ୍କୁ ତଣ୍ଟି ଚିପି ମାରିଦେଇଥିଲା ଏବଂ ଏହାପରେ ସେ ତାଙ୍କ ମର ଶରୀରକୁ କାଟି ୩୫ ଖଣ୍ଡ କରିଥିଲା । ପୁନାୱାଲା ଶ୍ରଦ୍ଧାଙ୍କ ମର ଶରୀରକୁ ସାଇତି ରଖିବାପାଇଁ ୩୦୦ ଲିଟର କ୍ଷମତା ବିଶିଷ୍ଟ ନୂଆ ଫ୍ରିଜ୍ କିଣିଥିଲା । ସେହି ଫ୍ରିଜ୍ରେ ସେ ପ୍ରେମିକାର ମର ଶରୀରର କଟା ଅଂଶକୁ ରଖିଥିଲା ଏବଂ ପ୍ରତିଦିନ ରାତି ୨ଟାରେ ସେ ଏକ ପଲିବ୍ୟାଗ୍ରେ ମର ଶରୀରର କିଛି କିଛି କଟା ଅଂଶକୁ ଧରି ନିକଟସ୍ଥ ଜଙ୍ଗଲରେ ଫିଙ୍ଗିଥିଲା । ଏଥିପାଇଁ ତାକୁ ୧୮ ଦିନ ଲାଗିଥିଲା।
ଦକ୍ଷିଣ ଦିଲ୍ଲୀର ଅତିରିକ୍ତ ଡିସିପି ଅଙ୍କିତ ଚୌହାନ କହିଛନ୍ତି, ୨୭ ବର୍ଷୀୟା ଶ୍ରଦ୍ଧା ମୁମ୍ବାଇର ଏକ ବହୁଦେଶୀୟ କମ୍ପାନିର କଲ୍ ସେଣ୍ଟରରେ କାମ କରୁଥିଲେ। ଶ୍ରଦ୍ଧା ଏବଂ ପୁନାୱାଲା ଡେଟିଂ ଆପ୍ ଦ୍ବାରା ପରସ୍ପରକୁ ଜାଣିଥିଲେ । ଉଭୟ ଶ୍ରଦ୍ଧା ଏବଂ ପୁନାୱାଲା ପ୍ରଥମେ ମୁମ୍ବାଇରେ ଲିଭ୍ ଇନ ରିଲେସନସିପ୍ରେ ରହୁଥିଲେ । କିନ୍ତୁ ଶ୍ରଦ୍ଧାଙ୍କ ପରିବାର ସଦସ୍ୟ ତାଙ୍କର ଏହି ସମ୍ପର୍କକୁ ଗ୍ରହଣ କରିନଥିଲେ। ଏହାପରେ ଶ୍ରଦ୍ଧା ପୁନାୱାଲା ସହ ଦିଲ୍ଲୀ ପଳାଇ ଆସିଥିଲେ । ଉଭୟ ପୁନାୱାଲା ଏବଂ ଶ୍ରଦ୍ଧା ଦକ୍ଷିଣ ଦିଲ୍ଲୀର ମେହରଲି ଅଞ୍ଚଳରେ ଏକ ଫ୍ଲାଟ ଭଡ଼ା ନେଇ ରହୁଥିଲେ ।
ପୁଲିସ ଅନୁଯାୟୀ ଉଭୟ ପୁନାୱାଲା ଏବଂ ଶ୍ରଦ୍ଧା ଏପ୍ରିଲ ଶେଷ କିମ୍ବା ମେ’ ପ୍ରଥମ ସପ୍ତାହରେ ଦିଲ୍ଲୀ ଆସିଥିଲେ। ଶ୍ରଦ୍ଧା ବାରମ୍ବାର ପୁନାୱାଲାକୁ ବିବାହ ପାଇଁ ବାଧ୍ୟ କରୁଥିଲେ । ମେ’ ୧୮ ତାରିଖରେ ଶ୍ରଦ୍ଧା ଏବଂ ପୁନାୱାଲାଙ୍କ ମଧ୍ୟରେ ବିବାହକୁ ନେଇ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଫଳରେ ପୁନାୱାଲା ଶ୍ରଦ୍ଧାଙ୍କୁ ତଣ୍ଟିଚିପି ମାରି ଦେଇଥିଲା । ପୁନାୱାଲା ଶ୍ରଦ୍ଧାଙ୍କୁ ହତ୍ୟା କରି ଆରାମରେ ବୁଲୁଥିଲା । କିନ୍ତୁ ହତ୍ୟାର ୫ ମାସ ପରେ ସେ ଧରାପଡ଼ିଛି ।