ଆମେରିକା କଲରାଡୋ ଠାରେ ଥିବା ଏକ ଗ୍ରସରୀ ଦୋକାନରେ ଗୁଳିକାଣ୍ଡ । ପୋଲିସ ଅଧିକାରୀଙ୍କ ସମେତ ୧୦ ମୃତ

81

କନକ ବ୍ୟୁରୋ : ଆମେରିକା ସ୍ଥିତ କଲରାଡୋ ଠାରେ ଥିବା ଏକ ଗ୍ରସରୀ ଦୋକାନ ନିକଟରେ ଜଣେ ସନ୍ଦିଗ୍ଧ ଦ୍ୱାରା ହୋଇଥିବା ଗୁଳିକାଣ୍ଡ ଯୋଗୁଁ ପୋଲିସ ଅଧିକାରୀଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଡେନବରର ଉତ୍ତର-ପଶ୍ଚିମ ଠାରୁ ୫୦ କିଲୋମିଟର ଦୂର ବୋଲ୍ଡର ଠାରେ ଥିବା କିଙ୍ଗ ସାଂପର୍ଶ ଷ୍ଟୋର ଠାରେ ଏଭଳି ଘଟଣା ଘଟିଛି । ପୋଲିସ କମାଣ୍ଡର ଫେରି ୟାମାଗୁଚୀ କହିଛନ୍ତି କି, ଘଟଣା ସ୍ଥଳରୁ ଧରାଯାଇଥିବା ସନ୍ଦିଗ୍ଧର ଚିକିତ୍ସା ଚାଲିଛି । ୟାନାଗୁଚୀ କହିଛନ୍ତି କି ଏ ନେଇ ଏବେ ପୋଲିସ ଯାଂଚ ଆରମ୍ଭ କରିଛି । ନ୍ୟୁଜ୍ ଏଜେନ୍ସି ଏପି ମୁତାବକ ଏହି ଗୁଳିକାଣ୍ଡରେ ବର୍ତ୍ତମାନ ସୁଦ୍ଧା ୧୦ ଜଣଙ୍କର ମୃତ୍ୟୁ ହୋଇସାରିଛି ।

ସୂଚାନ ମୁତାବକ ବୋଲ୍ଡର ଗୋଟିଏ ଜନଗଳିପୂର୍ଣ୍ଣ ସୁପର ମାର୍କେଟର ଭିଡ ମଧ୍ୟରେ ଜଣେ ଆତତାୟୀ ହଠାତ୍ ଆଖିବୁଜା ଗୁଳିମାଡ କରିଥିଲା । ମାର୍କେଟ ଭିଡ ଥିବାରୁ ଲୋକମାନେ ଧାଁ ଦୌଡ କରିଥିଲେ । ତେବେ ଗୁଳିବାଜିବା କାରଣରୁ ଜଣେ ପୋଲିସ କର୍ମୀଙ୍କ ସମେତ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ଗୁଳିକାଣ୍ଡର ପ୍ରକୃତ କାରଣ ଜଣାପଡି ନଥିଲେ ବି ପୋଲିସ ମାମଲାର ତଦନ୍ତ ଜାରି ରଖିଛି ।