ଶେଷରେ ବୁଲା କୁକୁରକୁ ବି ଛାଡିଲେନି । ୪ ଜଣ ଯୁବକଙ୍କ ଦୁଷ୍କର୍ମରେ କୁକୁର ଆହତ

କୁକୁର ସହ ଗଣଦୁଷ୍କର୍ମ

2,459

କନକ ବ୍ୟୁରୋ : ମୁମ୍ବାଇରେ ଘଟିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା । ଏକ ବୁଲା କୁକୁର ସହ ଗଣଦୁଷ୍କର୍ମ ହେବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି ଅମାନୁଷିକ ଘଟଣା ବିଷୟରେ ଜଣାପଡ଼ିବା ପରେ କେହି ଏହାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି । ସୂଚନା ମୁତାବକ, ସବୁବେଳେ ରାସ୍ତାରେ ବୁଲୁଥିବା କୁକୁରକୁ ଖାଇବାକୁ ଦେବାକୁ ଆସିଥାନ୍ତି ସୁଧା ଫର୍ଣ୍ଣାଡ଼ିଜ୍ ନାମକ ଜଣେ ବ୍ୟକ୍ତି। ତେବେ ସେ କୁକୁରକୁ ଖାଇବାକୁ ଦେବା ପାଇଁ ସୁଧା ତା’ ପାଖକୁ ଯିବାରୁ କୁକୁରଟି ଡ଼ରରେ ପଛକୁ ଯିବାକୁ ଲାଗିଥିଲା ।

 

କୁକୁରକୁ ପଛକୁ ଯିବା ଦେଖି ସୁଧା କିଛି ବୁଝି ପାରୁ ନଥିବା ବେଳେ କୁକୁରଟିର ଗୁପ୍ତାଙ୍ଗରୁ ରକ୍ତ ବାହାରୁଥିବା ସେ ଦେଖିଥିଲେ । ତାହା ପରେ ସେ ଏବଂ ତାଙ୍କ ସ୍ୱାମୀ କୁକୁରଟିକୁ ନେଇ ପଶୁ ଡ଼ାକ୍ତରଖାନାରେ ପହଞ୍ଚିଥିଲେ। ଡାକ୍ତରଖାନାରେ କୁକୁରଟିର ଚିକିତ୍ସା କରି ଡାକ୍ତର ଦମ୍ପତିଙ୍କୁ ଜଣାଇବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିଥିଲା । କୁକୁରର ଅବସ୍ଥା ଦେଖି ପାଖାପାଖି ୪ଜଣ ଲୋକ ମିଶି କୁକୁର ସହ ଗଣଦୁଷ୍କର୍ମ ହୋଇଛି ବୋଲି ଡାକ୍ତର ମତ ଦେଇଛନ୍ତି। ତେବେ କିଏ ଏଭଳି ଅମାନୁଷିକ କାର୍ଯ୍ୟ କରିଛି ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରିନାହିଁ ।