ରାଜଧାନୀରେ ଚାଞ୍ଚଲ୍ୟ : ୨ ନାବାଳିକାଙ୍କୁ ଅପହରଣ କରିବା ପରେ ଗଣଦୁଷ୍କର୍ମ ଅଭିଯୋଗ

160

କନକ ବ୍ୟୁରୋ : ଭୁବନେଶ୍ୱରର ପଟିଆ ରେଳଷ୍ଟେସନରେ ଦୁଇ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଗଣଦୁଷ୍କର୍ମର ଶିକାର ହୋଇଥିବା ଦୁଇଜଣ ନାବାଳିକାଙ୍କ ଅଭିଯୋଗ ଅନୁସାରେ, ଏମାନେ ପଟିଆ ଅଞ୍ଚଳରେ ରହୁନ୍ତି । ସୋମବାର ସନ୍ଧ୍ୟାରେ ପଟିଆ ରେଳଷ୍ଟେସନ ଯାଇଥିବାବେଳେ ଦୁଇଜଣ ଯୁବକ ସେମାନଙ୍କୁ ଅପହରଣ କରି ପଟିଆ ରେଳବାଇ ଓଭରବ୍ରିଜ ନିକଟକୁ ନେଇଯାଇଥିଲେ । ସେଠାରେ ଦୌଡିରେ ବାନ୍ଧି ରାତିସାରା ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛିି । ସକାଳେ ଏହି ଦୁଇଜଣ ନାବାଳିକା ଘରକୁ ଆସି ପରିବାର ଲୋକଙ୍କୁ ଏ ସମ୍ପର୍କରେ କହିଥିଲେ ।

ପରିବାର ଲୋକେ ଏ ନେଇ ଦୁର୍ବୃତ୍ତଙ୍କୁ ପଚାରିବାରୁ ସେମାନେ ଟଙ୍କାର ଲୋଭ ଦେଖାଇ ଘଟଣା ସମ୍ପର୍କର କାହା ଆଗରେ ନ କହିବାକୁ ଧମକ ଦେଇଥିଲେ । ସଂଧ୍ୟାରେ ଚାଇଲଡ ଲାଇନ ଏ ସମ୍ପର୍କରେ ଖବର ପାଇବା ପରେ ଇନଫୋସିଟି ଥାନା ସହାୟତାରେ ଦୁଇଜଣ ନାବାଳିକୁ ଉଦ୍ଧାର କରିଛି । ପୁଲିସ ସହାୟତାରେ ସେମାନଙ୍କୁ ଘଟଣାସ୍ଥଳକୁ ନିଆଯାଇଥିଲା । ଘଟଣା ଜିଆରପି ପୁଲିସ ଅଧିନରେ ଆସୁଥିବାରୁ ଏ ନେଇ ଜିଆରପି ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁସାରେ ଦୁଷ୍କର୍ମ ଶିକାର ହୋଇଥିବା ଜଣକର ବୟସ ୧୨ ବର୍ଷ ହୋଇଥିବାବେଳେ ଅନ୍ୟ ଜଣକର ବୟସ ୧୪ ବର୍ଷ ।

ସୂଚନା ଅନୁସାରେ, ଗତକାଲି ଦିନ ପ୍ରାୟ ସାଢ଼େ ୧୨ଟା ବେଳେ ପଟିଆ ଅଞ୍ଚଳର ଦୁଇ ଜଣ ନାବାଳିକା ଇଂଜଣା ଅଞ୍ଚଳରେ ରହୁଥିବା ମାମୁଁ ଘରକୁ ବୁଲିବାକୁ ଆସିଥିଲେ । ସଂଧ୍ୟାରେ ପଟିଆ ଷ୍ଟେସନ ଅଞ୍ଚଳକୁ ବୁଲାବୁଲି କରିବାକୁ ଯାଇଥିଲେ । ଏହିସମୟରେ ଦୁଇ ଜଣ ଯୁବକ ସେମାନଙ୍କୁ ପଟିଆ ରେଲବାଇ ଓଭରବ୍ରିଜ୍ ଉପରକୁ ଟେକି ନେଇ ଯାଇଥିଲେ । ସେଠାରେ ଦୁଇ ଯୁବକ ଦୁଇ ନାବାଳିକାଙ୍କୁ ବାନ୍ଧି ପକାଇ ଦୁଷ୍କର୍ମ କରି ଚାଲିଥିଲେ । ରାତିସାରା ସେମାନେ ଦୁଷ୍କର୍ମ କରି ଚାଲିଥିଲେ। ନାବାଳିକା ଦୁହେଁ ଯେତେ ଚିତ୍କାର କରିଥିଲେ ମଧ୍ୟ ଶୁଣିବାକୁ କେହି ନଥିଲେ। ପଟିଆ ରେଳ ଷ୍ଟେସନ ସଂଧ୍ୟାରୁ ଫାଙ୍କା ହୋଇ ଯାଉଥିବା କାରଣରୁ ଦୁବୃର୍ତ୍ତମାନେ ଏଭଳି କାଣ୍ଡ ବେଶ ସହ‌ଜରେ ଘଟାଇଥିଲେ ।