ଶିବରାଜଙ୍କ କ୍ୟାବିନେଟ୍, ମହାକାଳଙ୍କ ସରକାର । ମଧ୍ୟପ୍ରଦେଶ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ଚୌକିରେ ଭଗବାନଙ୍କ ଫଟୋ

125

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଜୈନ ଯାତ୍ରା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିବରାଜସିଂ ଚୌହାନ ମଙ୍ଗଳବାର ଦିନ କ୍ୟାବିନେଟ ବୈଠକ କରିଥିଲେ । ଏହି ବୈଠକରେ ଶିବରାଜସିଂ ମୁଖ୍ୟମନ୍ତ୍ରୀ ଚୌକିରେ ଭଗବାନ ଶିବଙ୍କର ଫଟୋ ରଖି ପାଖ ଚୌକିରେ ବସିଥିବାର ଦେଖିବାକୁ ମିଳିଛି । ଏହି ବୈଠକରେ ଶିବରାଜ କହିଛନ୍ତି କି ‘ଏହା ମହାକାଳ ମହାରାଜଙ୍କ ସରକାର, ସେ ଏଠିକାର ରାଜା, ତାଙ୍କର ସବୁ ସେବକ ଆଜି ଧରିତ୍ରୀକୁ ଏକ ବୈଠକ ପାଇଁ ଆସିଛୁ’

ଏହି ବୈଠକରେ ମୁଖ୍ୟମନ୍ତ୍ରୀ କହିଛନ୍ତି କି ମହାକାଳଙ୍କ ପରିସର ବୃଦ୍ଧି କରିବାକୁ ବିସ୍ଥାପିତ ହୋଇଥିବା ଲୋକଙ୍କୁ ୧୫୦ କୋଟି ଟଙ୍କା ସହାୟତା ଦିଆଯାଇଛି । ଏହାସହ ଆମ ସରକାର ଅନେକ ବିକାଶମୂଳକ କାର୍ଯ୍ୟ କରିଛନ୍ତି । ରୁଦ୍ର ସାଗରକୁ ପୁର୍ନଜୀବିତ କରାଯାଇଛି । ଏଥିରେ ଏବେ କ୍ରିପା ନଦୀର ପାଣି ପ୍ରବାହିତ ହେବ ।

ସୂଚନା ଥାଉକି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅକ୍ଟୋବର ୧୧ ତାରିଖରେ ଓଜୈନ ଗସ୍ତ କରିବେ । ଏଠାରେ ସେ ୭୫୦ କୋଟି ଟଙ୍କା ବିନିମୟରେ ବିକଶିତ ହୋଇଥିବା ମହାକାଳେଶ୍ୱର ମନ୍ଦିର ପରିଯୋଜନାର ପ୍ରଥମ ପର୍ଯ୍ୟାୟ ଉଦଘାଟନ କରିବେ । ଏହି ପରିଯୋଜନାରେ ପ୍ରଥମେ ୩୫ କୋଟି ଟଙ୍କାର କାମ ହୋଇସାରିଛି । ଦ୍ୱିତୀୟ ପର୍ଯ୍ୟାୟରେ ୩୧୦.୨୨ କୋଟି ଟଙ୍କାର କାମ ହେବ    । ଏହାସ ରାଜ୍ୟ ମନ୍ତ୍ରୀମଣ୍ଡଳ ପରିସରର ନାମ ମହାକାଳ ଲୋକ ରଖିବା ଉପରେ ମଧ୍ୟ ନିଷ୍ପତ୍ତି ହୋଇଛି ।