ଦ୍ରୌପଦୀଙ୍କୁ ଶିବପାଲଙ୍କ ସମର୍ଥନ। ଯୋଗୀଙ୍କ ରାତ୍ରୀଭୋଜନରେ ଯୋଗଦେଲେ ଶିବପାଲ।

250

କନକ ବ୍ୟୁରୋ: ବିରୋଧୀ ମିଳିତ ପ୍ରାର୍ଥୀ ନୁହେଁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ଶିବପାଲ ଯାଦବ । ପୁଣି ଥରେ ଉତ୍ତରପ୍ରଦେଶ ରାଜନୀତିରେ ହଲଚଲ ଦେଖାଦେଇଛି । କାରଣ ପୁଣିଥରେ ପଦାରେ ପଡିଛି ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ଓ ଦାଦା ଶିବପାଲ ଯାଦବଙ୍କ ମଧ୍ୟରେ ଥିବା କୁହୁଳୁଥିବା ନିଆଁ । ଶିବପାଲ ଯାଦବ ଯୋଗୀ ଆଦିତ୍ୟନାଥଙ୍କ ଦ୍ୱାରା ଆୟୋଜିତ ରାତ୍ରୀଭୋଜନରେ ଯୋଗଦାନ କରିଥିଲେ । ଏହାର ଦିନକ ପରେ ସେ ଅଖିଳେଶଙ୍କୁ ସମାଲୋଚନା କରିଛନ୍ତି । ଅଖିଳେଶ ସମାଜବାଦୀ ପାର୍ଟିକୁ ଦୁର୍ବଳ କରିଥିବା ନେଇ ମଧ୍ୟ ସେ ଆରୋପ ଆଣିଛନ୍ତି । ସେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ କରିବେ ବୋଲି ମଧ୍ୟ ସ୍ପଷ୍ଟ କରିଛନ୍ତି । ଯଦିଓ ଅଖିଳେଶ୍ ବିରୋଧୀ ମିଳିତ ପ୍ରାର୍ଥୀ ଯଶଓନ୍ତ ସିହ୍ନାଙ୍କୁ ସମର୍ଥନ କରିବେ ।