କନକ ବ୍ୟୁରୋ: ଭାରତ ଯୋଡ଼ୋ ଯାତ୍ରାର ନେତୃତ୍ବ ନେଉଥିବା କଂଗ୍ରେସ ନେତା ରାହୁଲ ଗାନ୍ଧି ଭାରତର ପ୍ରଧାନମନ୍ତ୍ରୀ ହେବା ପାଇଁ ସମର୍ଥ। ଏଥିସହ କଂଗ୍ରେସ ବିନା ଦେଶରେ କୌଣସି ତୃତୀୟ ସାମୁଖ୍ୟ ସଫଳ ହେବ ନାହିଁ ବୋଲି ଶିବ ସେନା ନେତା ସଂଜୟ ରାଉତ କହିଛନ୍ତି।

Advertisment

ରାହୁଲଙ୍କ ଭାରତ ଯୋଡ଼ୋ ଯାତ୍ରାର ଲକ୍ଷ୍ୟ ହେଲା ଦେଶରୁ ଘୃଣା ଏବଂ ଭୟ ଦୂର କରିବା। ବିରୋଧୀ ଦଳଗୁଡ଼ିକୁ ତାଙ୍କ ଦଳ ଅଧୀନରେ ଏକାଠି କରିବା ନୁହେଁ। ଆଦର୍ଶଗତ ଏବଂ ରାଜନୈତିକ ମତପାର୍ଥକ୍ୟ ସତ୍ତେ୍ୱ ରାହୁଲ ଗାନ୍ଧି ତାଙ୍କ ନେତୃତ୍ବ ଦେଖାଇବେ ଏବଂ ଶାସକ ବିଜେପି ପାଇଁ ବଡ଼ ଚାଲେଞ୍ଜ ହେବେ। ୨୦୨୪ ସାଧାରଣ ନିର୍ବାଚନରେ ସେ ସମସ୍ତଙ୍କୁ ଚକିତ କରିବେ। ବର୍ଷା ସତ୍ତେ୍ୱ ଜମ୍ମୁ କାଶ୍ମୀରରେ ରାହୁଲଙ୍କ ସହିତ ଭାରତ ଯୋଡ଼ୋ ଯାତ୍ରାରେ ସଂଜୟ ରାଉତ ଗତ ଶୁକ୍ରବାର ସାମିଲ ହୋଇ ୧୩ କିମି ଚାଲିଥିଲେ। କଂଗ୍ରେସ ନେତା ରାହୁଲଙ୍କ ସଂପର୍କରେ ବିଜେପି ଭୁଲ ଧାରଣା ସୃଷ୍ଟି କରିଛି। କିନ୍ତୁ ଏହି ଯାତ୍ରା ତାଙ୍କ ସଂପର୍କରେ ସୃଷ୍ଟି କରାଯାଇଥିବା ସବୁ ଭୁଲ ଧାରଣାକୁ ମିଛ ପ୍ରମାଣିତ କରିଛି ବୋଲି ରାଉତ କହିଛନ୍ତି।