ଉଦ୍ଧବଙ୍କୁ ଝଟକା, ସିନ୍ଦେ ଗୋଷ୍ଠୀରେ ୧୪ ସାଂସଦ। ରାତିରେ ସାଂସଦଙ୍କ ସହ ଦିଲ୍ଲୀ ବାହାରିବେ ସିନ୍ଦେ, ଫଡନାଭିସ।

355

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଉଦ୍ଧବ ଠାକରେଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗୁଛି । ପ୍ରଥମେ ବିଧାୟକ ଆଉ ବର୍ତ୍ତମାନ ସାଂସଦ । ଆଜି ରାଜ୍ୟରେ ସିନ୍ଦେ ଗୋଷ୍ଠୀ ଶିବସେନାର ବୈଠକ ଡାକିଥିଲେ । ଏହି ବୈଠକରେ ଦଳର ୧୪ ସାଂସଦ ଅନଲାଇନ ଜରିଆରେ ସାମିଲ ହୋଇଥିଲେ । ରାଷ୍ଟ୍ରପତି ନିର୍ବାଚନ ପରେ ଏହି ସମସ୍ତ ସାଂସଦ ସିନ୍ଦେଙ୍କୁ ସମର୍ଥନ ଦେବାର କଥା କହିଛନ୍ତି ।

କିଛି ସମୟ ପରେ ସିନ୍ଦେ ଏବଂ ଫଡନାଭିସ ୧୨ ଶିବସେନା ସାଂସଦଙ୍କୁ ନେଇ ଦିଲ୍ଲୀ ଗସ୍ତ କରିବେ । ସେଠାରେ ସେମାନେ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସାକ୍ଷାତ କରିବେ । ବୈଠକ ପରେ ଆସନ୍ତାକାଲି ସେମାନେ ପ୍ରେସମିଟ କରିବେ ।