କନକ ବ୍ୟୁରୋ : ନିଧନର ଦୁଇ ମାସ ପରେ ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଶେଷ ବିଦାୟ ଦିଆଯାଇଛି । ରାଷ୍ଟ୍ରୀୟ ସମ୍ମାନର ସହ ଟୋକିଓରେ ଶେଷ ହୋଇଛି ଅନ୍ତ୍ୟେଷ୍ଟି କାର୍ଯ୍ୟ । ଟୋକିଓର ନିପନ୍ ବୁଡେକନ୍ କମ୍ୟୁନିଟ୍ ସେଂଟରରେ ସମ୍ପନ୍ନ ହୋଇଛି ଅନ୍ତେଷ୍ଟି । ବିଶ୍ୱର ପ୍ରାୟ ୨୦ରୁ ଅଧିକ ରାଷ୍ଟ୍ରନେତାଙ୍କ ସମେତ ପାଖାପାଖି ୧୦୦ରୁ ଅଧିକ ଦେଶର ପ୍ରତିନିଧୀ ଟୋକିଓରେ ପହଚି ସିଂଞ୍ଜୋ ଆବେଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିଲେ । ହଜାର ହଜାର ଲୋକ ଉପସ୍ଥିତ ରହି ସିଞ୍ଜୋଙ୍କୁ ଶେଷ ବିଦାୟ ଦେଇଛନ୍ତି । ଜାପାନର ରାଜ ପରିବାର ବି ସାମିଲ ହୋଇଥିଲେ ଏହି ଅନ୍ତ୍ୟେଷ୍ଟିରେ । ଜାପାନର ଜାତୀୟ ସଙ୍ଗୀତ ଗାନ କରାଯିବା ପରେ ଆବେଙ୍କୁ ସେନା ପକ୍ଷରୁ ୧୯ ତୋପୋ ସଲାମି ଦିଆଯାଇଥିଲା ।

Advertisment

ନିଜର ଅନ୍ୟତମ ଘନିଷ୍ଟ ବନ୍ଧୁ ସିଂଜୋ ଆବେଙ୍କ ଶେଷ ଯାତ୍ରାରେ ସାମିଲ ହେବା ପାଇଁ ଜାପାନରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ ମୋଦୀ । ଟୋକିଓରେ ପହଂଚି ଆବେଙ୍କୁ ଅନ୍ତିମ ବିଦାୟ ଦେଇଛନ୍ତି ମୋଦୀ । ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିଶିଦା ଓ ମୋଦୀଙ୍କ ମଧ୍ୟରେ ଦ୍ୱି-ପାକ୍ଷିକ ଆଲୋଚନା ହୋଇଛି କିସିଦାଙ୍କ ସହ ବାର୍ତାଳପରେ ମୋଦୀ ଆବେଙ୍କ କଥା ମନେପକାଇ ଭାବ ବିହ୍ୱଳ ହୋଇପଡିଥିଲେ ।

ଗତ ୮ ଜୁଲାଇରେ ଏକ ନିର୍ବାଚନୀ ରାଲିରେ ଭାଷଣ ଦେଉଥିବା ବେଳେ ସିଞ୍ଜା ଆବେଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଏହା ପରେ ୧୯ ଜୁଲାଇରେ ସିଞ୍ଜୋ ପରିବାରରେ ଶବଦାହ କରାଯାଇଥିଲା । ମଙ୍ଗଳବାର ଆବେଙ୍କ ଅସ୍ତିକୁ ଜାପାନର ରାଜକୀୟ ପରମ୍ପରା ସହ ବିସର୍ଜନ କରାଯାଇ ଶେଷ ବିଦାୟ ଦିଆଯାଇଛି ।