ଶିଳ୍ପୀ ମୃତ୍ୟୁ ଘଟଣା : ଗିରଫ ହେଲେ ସ୍ୱାମୀ ସନ୍ତୋଷ; ଗତକାଲି ସନ୍ଦେହଜନକ ଭାବେ ମା’ ଓ କୁନି ଛୁଆର ହୋଇଥିଲା ମୃତ୍ୟୁ

299

କନକ ବ୍ୟୁରୋ : ମଧୁପାଟଣା ଥାନା ଅନ୍ତର୍ଗତ ଶ୍ରୀରାମ ନଗରରେ ମାଆ ଓ ପୁଅଙ୍କ ମୃତ୍ୟୁ ଘଟଣା । ମୃତ ଶିଳ୍ପୀଙ୍କ ସ୍ୱାମୀ ସନ୍ତୋଷ ଖୁଣ୍ଟିଆ ଗିରଫ । ଗତକାଲିଠୁ ପୋଲିସ ସନ୍ତୋଷଙ୍କୁ ଅଟକ ରଖିଥିଲା । ଶିଳ୍ପୀଙ୍କ ପରିବାରର ଅଭିଯୋଗକ୍ରମେ ସନ୍ତୋଷଙ୍କୁ ଗିରଫ କରାଯାଇଛି । ଆଜି ତାଙ୍କୁ କୋର୍ଟଚାଲାଣ କରାଯିବ ବୋଲି ସୂଚନା ମିଳିଛି । ଗତକାଲି କଟକ ଶ୍ରୀରାମ ନଗର ଅଂଚଳରେ ଶିଳ୍ପଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଥିଲା । ଶିଳ୍ପୀ ୨ବର୍ଷର ପୁଅକୁ ମାରି ନିଜେ ଆତ୍ମହତ୍ୟା କରିଥିଲେ ବୋଲି ସନ୍ଦେହ କରାଯାଉଛି ।

ମହିଳା ଜଣକ ହେଉଛନ୍ତି ନେତାଜୀ ନଗର ଅଞ୍ଚଳର ଶିଳ୍ପୀ ଖୁଣ୍ଟିଆ । ଗତ ବର୍ଷ ସେ ସାଲେପୁରର ସନ୍ତୋଷଙ୍କୁ ବିବାହ କରିଥିଲେ । ଉଭୟଙ୍କର ଏହା ଦ୍ୱିତୀୟ ବିବାହ ଥିଲା । ସନ୍ତୋଷଙ୍କ ପ୍ରଥମ ପତ୍ନୀ ପୁଅକୁ ଜନ୍ମ ଦେବା ତାଙ୍କର ଦେହନ୍ତ ହୋଇଥିଲା । ଉଭୟଙ୍କ ମଧ୍ୟରେ ପୂର୍ବରୁ ପାରିବାରିକ ବିବାଦ ରହିଥିଲା । କେଉଁ ପରିସ୍ଥିତିରେ ମହିଳା ଜଣକ ନିଜର ସାବତ ପୁଅକୁ ମାରି ନିଜେ ଆତ୍ମହତ୍ୟା କଲେ ତାହାର ତଦନ୍ତ କରୁଛି । ସବୁଠାରୁ ବଡ଼ କଥା ହେଉଛି ମହିଳାଙ୍କ ପରିବାର ଲୋକ ଝିଅର ମୃତ୍ୟୁ ପାଇଁ ସ୍ୱାମୀ ଏବଂ ତାଙ୍କର ଶାଶୂଘର ଲୋକଙ୍କୁ ଦାୟୀ କରିଥିଲେ ।