କାହିଁକି ନଣନ୍ଦର ତଣ୍ଟି କାଟିଲା ଭାଉଜ ? ପୁଲିସ୍ ଆଗରେ ବଖାଣିଲା ହତ୍ୟାକାଣ୍ଡର ପୁରା କାହାଣୀ, ସବୁ କଥାରେ ବାରମ୍ବାର ଅପମାନିତ କରୁଥିବାରୁ ପ୍ରତିଶୋଧ ନେଇଥିଲା କାବେରୀ

6,271

କନକ ବ୍ୟୁରୋ : ନଣନ୍ଦଙ୍କୁ ତଣ୍ଟି କାଟି ହତ୍ୟା କରିଛି ଭାଉଜ । ସାମାନ୍ୟ ଝିମିଟି ଖେଳରୁ ମହାଭାରତ ପରି ନିଜେ ଭାଉଜ ହିଁ ନଣନ୍ଦର କରିଛି ହତ୍ୟା । ତେବେ ବାଲୁଗାଁର ଏହି ଘଟଣା ତଦନ୍ତ ବେଳେ ବେଶ୍ ନାଟକୀୟ ମୋଡ ନେଇଥିଲା । ହତ୍ୟାକାଣ୍ଡ ପରେ ଝିଅର ପ୍ରେମିକ ଏପରି କରିଛି ବୋଲି ରୂପ ଦେଇଥିଲେ ଭାଉଜ । ଗଣମାଧ୍ୟମ ଆଗରେ ରଖିଥିଲେ ଏକ ମନଗଢା କାହାଣୀ । କିନ୍ତୁ ଶେଷରେ ପୋଲିସ ଆଗରେ ହତ୍ୟାକାଣ୍ଡ ନିଜେ କରିଥିବା ନେଇ ସ୍ୱୀକାର କରିଥିଲେ ଭାଉଜ କାବେରୀ । କିଛି ଏଭଳି ଢଙ୍ଗରେ ପୋଲିସ ଆଗରେ ହତ୍ୟା କରିଥିବା ନେଇ ସ୍ୱୀକାର କରିଛି କାବେରୀ ।

ଶନିବାର ଦିନ ଘରେ କେହି ନଥିଲେ । କାବେରୀ ରୋଷେଇ ଘରେ ରୁଟି କରୁଥିଲେ କାବେରୀ । ନଣନ୍ଦ ଶିବାନୀ ଆରପଟେ ଟିଭି ଦେଖୁଥିଲେ । ରୋଷେଇ କାମ ସାରି ଟିଭି ଦେଖିବାକୁ ଯାଇଥିଲେ କାବେରୀ । ସବୁଦିନ ପରି ସେ ନଣନ୍ଦ ଅନେକ କଥା ମୋତେ ବହୁ କଥା କହିଲେ । ଏମିତି କି ଟିଭି କଣ ତୋ ବାପା ଘରୁ ଆଣିଥିଲୁ କି ଯେ ଆସିଗଲୁ ଟିଭି ଦେଖିବାକୁ ବୋଲି ଶିବାନୀ କହିଲେ । ଭାଇ ସହ ପଳେଇ ଆସିଲୁ, ବାହା ତ ହୋଇ ନାହୁଁ । କିଛି ତ ଜିନିଷ ଆଣି ନଥିଲୁ । ଏଠି କାମ କରିବାକୁ ଆସିଛୁ ଚାକରାଣୀ ପରି କାମ କରି ରହ । ବେଶୀ ମାମଲତଗିରି କର ନାହିଁ ।

ସବୁ ବେଳେ ଏଭଳି କଥା ଶୁଣି ଶୁଣି ପ୍ରବଳ ରାଗ ଆସିଲା । ପାଖରେ ପଡିଥିବା ଛୁରୀ ଧରିଲି ଆଉ ତା’ବେକକୁ କାଟି ଦେଲି ବୋଲି କହିଛନ୍ତି କାବେରୀ । ଛଟପଟ ହୋଇ ସେଠାରେ ଶିବାନୀର ଜୀବନ ଚାଲିଗଲା । ବାହା ପରଠାରୁ ସବୁ ବେଳେ ସେ ଏମିତି କଟୁ କଥା କହେ । ତେଣୁ ଘରେ ସବୁ ବେଳେ ଗଣ୍ଡଗୋଳ ହୁଏ । ୨୦ ଦିନ ତଳେ ପାଟିତୁଣ୍ଡ ଯୋଗୁଁ ଭଦ୍ରଲୋକ ବସିଥିଲେ ଆଉ କେବେ ପାଟିତୁଣ୍ଡ କରିବା ନାହିଁ ବୋଲି ତାଙ୍କ ଆଗରେ ଲେଖି ଦେଇଥିଲି । ହେଲେ ଶିବାନୀଙ୍କ ସେଦିନର କଥା ଭାରି ବାଧିଲା । ରାଗରେ ତାଙ୍କୁ ହତ୍ୟା କରିଦେଲି ।