କନକ ବ୍ୟୁରୋ: ଦିନିକିଆ ଗଂଜାମ ଜିଲ୍ଲା ଗସ୍ତରେ ପହଂଚିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଶେରଗଡ଼ ଓ ହିଞ୍ଜଳିରେ ବିଶାଳ ଜନସଭାକୁ ସମ୍ବୋଧନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଗସ୍ତ ଅବସରରେ ଗଂଜାମ ଶେରଗଡ଼କୁ ବଡ଼ ଭେଟି ଦେଇଛନ୍ତି । ଶେରଗଡ଼ ପଂଚାୟତକୁ ଏନଏସି ମାନ୍ୟତା ଦେବା ନେଇ ଘୋଷଣା କରିଛନ୍ତି । ସେହିପରି ୩ଶହରୁ ଅଧିକ କୋଟିର ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କଲେ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀ, କହିଛନ୍ତି- ପରିକ୍ରମା ପ୍ରକଳ୍ପ ଓ ସମଲେଇ ପ୍ରକଳ୍ପ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି । ଶେରଗଡ଼ ଓ ହିଂଜିଳି ଆଦର୍ଶ ନିର୍ବାଚନ ମଣ୍ଡଳି ହୋଇପାରିଛି ବୋଲି କହିବା ସହ ରୁପାନ୍ତରଣ ପ୍ରକ୍ରିୟାରେ ସାମିଲ୍ ହୋଇପାରିଛି ବୋଲି କହିଛନ୍ତି । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ମେଗା ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ । ଟାଟା ଷ୍ଟିଲ୍ ସ୍ପେସିଆଲ ଇକୋନୋମିକ୍ ଜୋନ୍ର ଗୋପାଳପୁର ଶିଳ୍ପ ପାର୍କରେ ଏହି ୟୁନିଟ୍ ସ୍ଥାପନ ହେବ ।