କଂଗ୍ରେସ ସଭାପତି ନିର୍ବାଚନ, ସେପ୍ଟେମ୍ବର ୩୦ରେ ନାମାଙ୍କନ ଦାଖଲ କରିବେ ଶଶି ଥରୁର । 

63

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନ ପ୍ରକ୍ରିୟା ସେପ୍ଟେମ୍ବର ୨୩ରୁ ଆରମ୍ଭ ହୋଇସାରିଛି । ଏହି ନିର୍ବାଚନ ପ୍ରକ୍ରିୟାରେ ସାମିଲ ହେବା ପାଇଁ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର ଏବଂ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ନାଁରେ ମୋହର ବାଜିଥିବା ସୂଚନା ମିଳିଛି । ତେବେ ଶଶି ଥରୁର ସେପ୍ଟେମ୍ବର ୩୦ରେ ନାମାଙ୍କନ ଦାଖଲ କରିବା ନେଇ ସୂଚନା ମିଳିଛି । ବିଶ୍ୱସ୍ତ ସୁତ୍ରରୁ ଏହି ସୂଚନା ମିଳିଛି ।

ନାମଙ୍କନ ଦାଖଲ ପାଇଁ ନାମାଙ୍କନ ପତ୍ରର ୫ସେଟ କପି ସେ ନେଇଛନ୍ତି । ଥରୁର ବିଭିନ୍ନ ରାଜ୍ୟର ପ୍ରତିନିଧିଙ୍କ ସହ କଥାବାର୍ତ୍ତା କରିଛନ୍ତି । ନିଜ ପାଇଁ ସେ ପ୍ରସ୍ତାବକ ଭାବେ ୫୦ ପ୍ରତିନିଧିଙ୍କ ସମର୍ଥନ ଆବଶ୍ୟକ କରୁଛନ୍ତି । ସେପ୍ଟେମ୍ବର ୨୨ରେ ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ ପାଇଁ ନୋଟିସ ଜାରି ହୋଇଛି । ସେପ୍ଟେମ୍ବର ୨୪ରୁ ନାମାଙ୍କନ ଦାଖଲର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇସାରିଛି । ସେପ୍ଟେମ୍ବର ୩୦ ତାରିଖ ଯାଏ ଏହି ନାମାଙ୍କନ ପ୍ରକ୍ରିୟା ଜାରିରହିବ ।  ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ଅକ୍ଟୋବର ୮ ଥିବା ବେଳେ ମତଦାନ ପାଇଁ ଅକ୍ଟୋବର ୧୭ ଏବଂ ଫଳ ଘୋଷଣା ପାଇଁ ଅକ୍ଟୋବର ୧୯କୁ ତାରିଖ ଧାର୍ଯ୍ୟ ହୋଇଛି ।