କନକ ବ୍ୟୁରୋ: ଦେଶର ସବୁଠାରୁ ପୁରୁଣା ଦଳ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କିଏ ହେବ ? ସମୟ ଯେତିକି ପାଖେଇ ଆସୁଛି ସେତିକି ହୃଦକମ୍ପନ ବଢିବାରେ ଲାଗିଛି । କଂଗ୍ରେସର ନୂଆ ଅଧ୍ୟକ୍ଷ ପାଇଁ ଅକ୍ଟୋବର ୧୭ରେ ମତଦାନ ହେବାକୁ ଯାଉଛି । ଏହାର ଫଳାଫଳ ଅକ୍ଟୋବର ୧୯ରେ ଘୋଷଣା ହେବ । ଦୁଇ ପ୍ରାର୍ଥୀ ଶଶୀ ଥରୁର ଏବଂ ମଲ୍ଲି୍କାର୍ଜୁନ ଖଡଗେ ମଧ୍ୟ ନିଜର ପ୍ରଚାରକୁ ଜୋରଦାର କରିଚାଲିଛନ୍ତି ।
ତେବେ ଶଶୀ ଅଧ୍ୟକ୍ଷ ପଦ ନିର୍ବାଚନକୁ ନେଇ ବଡ ପ୍ରତିକ୍ରିୟା ଦେଇଛନ୍ତି, ସେ କହିଛନ୍ତି ଯେଉଁମାନେ ପରିବର୍ତ୍ତନ ଚାହୁଁଛନ୍ତି ସେମାନେ ମୋତେ ଭୋଟ ଦେଇ ଜିତାନ୍ତୁ । ଶଶୀ ଏହା ମଧ୍ୟ କହିଛନ୍ତି, ଯେଉଁମାନେ ଭାବୁଛନ୍ତି ଦଳରେ ସବୁକିଛି ଠିକ୍ ଚାଲିଛି ସେମାନେ ମୋତେ ଭୋଟ ଦିଅନ୍ତୁନାହିଁ । ସେ ଆହୁରି ମଧ୍ୟ କହିଥିଲେ, ଯେଉଁ ଭୋଟରମାନେ ୨୦୧୪ ଏବଂ ୨୦୧୯ରେ ନିର୍ବାଚନରେ ଦୂରେଇଥିଲେ ସେମାନେ ଆସନ୍ତୁ, କଂଗ୍ରେସ ଦଳରେ ପରିବର୍ତ୍ତନ କରିବାକୁ ଚାହୁଁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2022/10/sashii.jpg)