ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲା : କଂଗ୍ରେସ ନେତା ଶଶି ଥରୁର ଆଶ୍ୱସ୍ତ, ଦିଲ୍ଲୀ କୋର୍ଟ ଦେଲା କ୍ଲିନଚିଟ୍

182

କନକ ବ୍ୟୁରୋ : କଂଗ୍ରେସ ସାଂସଦ ଶଶି ଥରରୁଙ୍କ ପତ୍ନୀ ସୁନନ୍ଦା ପୁଷ୍କର ମୃତ୍ୟୁ ମାମଲାରେ ଦିଲ୍ଲୀ କୋର୍ଟ ଶଶି ଥରୁରଙ୍କୁ ଅଭିଯୋଗ ମୁକ୍ତ କରିଛନ୍ତି । ଦିଲ୍ଲୀର ରାଓଜ ଏଭିନ୍ୟୁ କୋର୍ଟ ଶିଶି ଥରୁରଙ୍କୁ ଏହି ମାମଲାରେ କ୍ଲିନଚିଟ୍ ଦେଇଛନ୍ତି । କୋର୍ଟଙ୍କ ରାୟକୁ ସ୍ୱାଗତ କରି ଶଶି ଥରୁର କହିଛନ୍ତି କି ୭ ବର୍ଷର ସଂଘର୍ଷ ପରେ ତାଙ୍କୁ ଆଶ୍ୱସ୍ତି ମିଳିଛି ।

କହିରଖୁ କି ସୁନନ୍ଦା ପୁଷ୍କରଙ୍କ ମୃତ୍ୟୁ ୨୦୧୪ ଜାନୁଆରୀ ୧୭ ତାରିଖରେ ଏକ ବଡ ହୋଟେଲରେ ହୋଇଥିଲା । ତାଙ୍କ ମୃତ୍ୟୁର କିଛିଦିନ ପୂର୍ବରୁ ସୁନନ୍ଦା ଅଭିଯୋଗ କରିଥିଲେ କି, ତାଙ୍କ ସ୍ୱାମୀ ଶଶି ଥରୁରଙ୍କର ଜଣେ ପାକିସ୍ତାନୀ ସାମ୍ବାଦିକାଙ୍କ ସହ ଅନୈତିକ ସଂପର୍କ ରହିଛି । ସୁନନ୍ଦାଙ୍କ ମୃତ୍ୟୁ ପରେ ଦିଲ୍ଲୀ ପୋଲିସ ଶଶି ଥରୁରଙ୍କ ନାମରେ ଧାରା ୩୦୭,୪୯୮ (ଏ) ରେ ମାମଲା ରୁଜୁ କରିଥିଲା । ସ୍ତ୍ରୀଙ୍କୁ ଆତ୍ମହତ୍ୟା ପାଇଁ ଉସକାଇବା ଓ ତାଙ୍କ ଉପରେ ଅମାନବୀୟ ଅତ୍ୟାଚାର କରିବା ଭଳି ଅଭିଯୋଗ ଦାଖଲ କରିଥିଲା ଦିଲ୍ଲୀ ପୋଲିସ ।  ଏହି  ମାମଲାରେ ପାକିସ୍ତାନୀ ସାମ୍ବାଦିକା ମେହର ତରାଙ୍କ ନାମ ବି ଆସିଥିଲା ।