ଶର୍ମିଷ୍ଠା ଖୋଲିଲେ ମେମୋରି ଚିପର ଗୁମର । କହିଲେ, ଚିପରେ ଥିଲା ନିରଞ୍ଜନ ସେଠୀଙ୍କ ଭିଡିଓ…

474

କନକ ବ୍ୟୁରୋ: କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ପଛର ମୂଳ କାରଣ ଥିଲା ମେମୋରି ଚିପ୍ । ଯାହା ପାଖରେ ଏଯାଏଁ ପହଞ୍ଚି ପାରିନାହିଁ କ୍ରାଇମବ୍ରାଞ୍ଚ । ଚିପରେ ଏମିତି କଣ ଥିଲା ଯେଉଁଥିପାଇଁ ମାନସକୁ ହତ୍ୟା କରାଗଲା, ତାହା ମଧ୍ୟ ଜାଣିପାରି ନାହାନ୍ତି ତଦନ୍ତକାରୀ ଅଧିକାରୀ । କିନ୍ତୁ ଜେରା ବେଳେ ଶର୍ମିଷ୍ଠା ଏକ ଗୁରୁତ୍ୱପୂର୍ଣ୍ଣ କଥା କହିଛନ୍ତି, ମେମୋରି ଚିପରେ ନିରଞ୍ଜନଙ୍କ ଭିଡିଓ ଥିବା ମାନିଛନ୍ତି । କିନ୍ତୁ ସ୍ପଷ୍ଟ ଭାବରେ କଣ ଭିଡିଓ ଥିଲା ସେନେଇ କିଛି କହୁନଥିବା ଜଣାପଡିଛି । ଆଗକୁ ରିମାଣ୍ଡ ଅବଧି ୨ଦିନ ଥିବା ବେଳେ କ୍ରାଇମବ୍ରାଞ୍ଚ ସତ ପାଖରେ ପହଞ୍ଚିବାକୁ ଉଦ୍ୟମ କରୁଛି ।

ମେମୋରି ଚିପର ମୂଳ ଖୋଜି ଖୋଜି ନାକେଦମ ହେଲାଣି କ୍ରାଇମବ୍ରାଞ୍ଚ ।  ରିମାଣ୍ଡ ଅବଧି ଭିତରେ ଶର୍ମିଷ୍ଠା ରାଉତ ଓ ତାର ଅପରାଧୀବାହିନୀ  ତଦନ୍ତକାରୀ ଅଧିକାରୀଙ୍କୁ ବାରମ୍ବାର ଭୂଆଁ  ବୁଲାଇବାରୁ  ଏବେ ସାମ୍ନାସାମ୍ନି ଜେରା କରାଯାଉଛି । ଗୋଟିଏ ଟେବୁଲରେ ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଝୁନାଭୋଇଙ୍କୁ  ମୁହାଁମୁହଁ ବସାଇ ଜେରା କରୁଛନ୍ତି ଅଧିକାରୀ । ମେମୋରି ଚିପରେ କଣ ଥିଲା ସେ ନେଇ ଜଣକ ପରେ ଜଣେ ଅଧିକାରୀ ପ୍ରଶ୍ନ ପଚାରି ପଚାରି ହାଲିଆ ହୋଇଗଲେଣି ।

  • ଶର୍ମିଷ୍ଠା ଖୋଲିଲେ ମୋମୋରି ଚିପର ଗୁମର
  • ମୋମୋରି ଚିପରେ ଥିଲା ନିରଞ୍ଜନ ସେଠୀଙ୍କ ଭିଡିଓ

ମିଛ କହୁଥିବା ଶର୍ମିଷ୍ଠାଙ୍କଠାରୁ ଶେଷରେ ସତ ଉଗାଳିଛନ୍ତି କ୍ରାଇମବ୍ରାଞ୍ଚ ଅଧିକାରୀ । ସାମ୍ନାସାମ୍ନି ଜେରାବେଳେ ତଦନ୍ତକାରୀ ଅଧିକାରୀଙ୍କୁ ମେମୋରି ଚିପ ବାବଦରେ ତଥ୍ୟ ଦେଇଛନ୍ତି । ଆଉ କହିଚନ୍ତି ସେହି ମେମୋରି ଚିପରେ ଥିଲା ନିରଞ୍ଜନ ସେଠୀଙ୍କ ଭିଡିଓ ।

ମାନସ ହତ୍ୟାକାଣ୍ଡର ମୂଳ କାରଣ ଥିଲା ମେମୋରି ଚିପ୍ । ଆଉ ମୋମେରି ଚିପରେ  କଣ ଥିଲା ତାହା ଜାଣିବା କ୍ରାଇମବ୍ରାଞ୍ଚ ପାଇଁ ଏକ ବଡ ଚ୍ୟାଲେଞ୍ଜ ପାଲଟିଯାଇଥିଲା । କିନ୍ତୁ ଶର୍ମିଷ୍ଠା ମଝିରେ ମଝିରେ ଓଲଟାପାଲଟା କଥା କହୁଥିଲେ । ସେଥିପାଇଁ ପୁଣିଥରେ ତାଙ୍କୁ ରିମାଣ୍ଡରେ ନିଆଗଲା । ଏବେ ଶର୍ମିଷ୍ଠା କହୁଛନ୍ତି, ସେହି ମେମୋରି ଚିପରେ ନିରଞ୍ଜନ ସେଠୀଙ୍କ ଭିଡିଓ ଥିଲା । କିନ୍ତୁ ଏହା ନିରଞ୍ଜନଙ୍କ କେଉଁ ଭିଡିଓ ଥିଲା ତାହା ସେ ଠିକ ଭାବରେ କହୁନାହାନ୍ତି   ।

ହତ୍ୟା କିମ୍ବା ବଡଧରଣର ଅପରାଧ ଘଟଣାରେ ଅପରାଧୀର ଉଦ୍ଦେଶ୍ୟ ପ୍ରମାଣ କରିପାରିଲେ କୋର୍ଟରେ ଦୋଷୀ ପ୍ରମାଣିତ କରାଯାଇପାରିବ । ସେଥିପାଇଁ ଏହି ଘଟଣାରେ ସେହି ମେମୋରି ଚିପରେ ଥିବା ଭିଡିଓ ବିଷୟରେ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ଚେଷ୍ଟା କରୁଛି । ତେବେ ଶର୍ମିଷ୍ଠା ଏବେ କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଅଛନ୍ତି । ଆଉ ଏହି ସମୟ ଭିତରେ ଅନେକ ପ୍ରଶ୍ନର ଉତ୍ତର ମିଳିବ ବୋଲି ଆଶା କରାଯାଉଛି । ସେଗୁଡିକ ହେଲା…

  • ମେମୋରି ଚିପରେ ନିରଞ୍ଜନଙ୍କ କେଉଁ ଭିଡିଓ ଥିଲା?
  • କେବଳ ନିରଞ୍ଜନ ନା ଆଉ କାହାର ଭିଡିଓ ଥିଲା?
  • ଏହି ଭିଡିଓରେ ଏମିତି କଣ ଥିଲା ଯେଉଁଥିପାଇଁ ମାନସକୁ ହତ୍ୟା କରିବାକୁ ପଛାଇଲେ ନାହିଁ ?
  • ସଂପୂର୍ଣ୍ଣ ଅଫିସରୁ ଡିଲିଟ ହୋଇଥିବା ସେ ୬୨ଟି ଫାଇଲରେ ଥିଲା କଣ ?
  • ମେମୋରି ଚିପର ସତ ବାହାର କରିପାରିବେ ତ  କ୍ରାଇମବ୍ରାଞ୍ଚ ଅଫିସର?