ମହିଳା ଥାନାରେ ପୁଣି ଅଭିଯୋଗ କଲେ ଶର୍ମିଷ୍ଠା

30

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ମହିଳା ଥାନାରେ ପୁଣି ଅଭିଯୋଗ କଲେ ଶର୍ମିଷ୍ଠା । ତାଂକୁ ଜୀବନରୁ ମାରିଦବାକୁ ଧମକ ମିଳୁଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ତାଂକୁ ସୁରକ୍ଷା ଯୋଗାଇଦିଆଯାଉ ବୋଲି ସେ ଥାନାରେ ଆବେଦନ କରିଛନ୍ତି । ନିକଟରେ ଅଭିନେତ୍ରୀ ଶର୍ମିଷ୍ଠା ଥାନାରେ ଅଭିଯୋଗ କରିଥିଲେ, ଯେ କେମିତି ତାଂକୁ କଂପ୍ରୋମାଇଜ୍ କରିବାକୁ କହୁଥିଲେ ନିର୍ଦେଶକ ଓ ପ୍ରଯୋଜକ । ପ୍ରଯୋଜକ ସୁବ୍ରତ ନାୟକ, ନିର୍ଦେଶକ ତାପସ ସରଘରିଆ, ଇଭେଂଟ ମ୍ୟାନେଜର ବାପି ଜେନା, ନିର୍ଦେଶକ ଚଣ୍ଡି ପରିଜା , ନିହାର ସାମଲ ଓ ବିନି ସାମଲଙ୍କ ନାଁରେ ଅଭିଯୋଗ ଆଣିଥିଲେ ଅଭିନେତ୍ରୀ ଶର୍ମିଷ୍ଠା । ତେବେ ଆଜି ସେ ମହିଳା ଥାନାରେ ନିଜ ସୁରକ୍ଷା ପାଇଁ ଆବେଦନ କରିଛନ୍ତି ।