ସକ୍ରିୟ ରାଜନୀତିରୁ ସନ୍ୟାସ ନେଲେ ପ୍ରଣବ ମୁଖାର୍ଜୀଙ୍କ ଝିଅ ସର୍ମିଷ୍ଠା ମୁଖାର୍ଜୀ, କିହିଲେ କଂଗ୍ରେସର ସଦସ୍ୟ ହୋଇ ରହିବି

154

କନକ ବ୍ୟୁରୋ : ପଶ୍ଚିମବଙ୍ଗରେ କଂଗ୍ରେସକୁ ପୁଣି ଏକ ଝଟକା ଲାଗିଛି । ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ଦିବଙ୍ଗତ ବରିଷ୍ଠ ନେତା ପ୍ରଣବ ମୁଖାର୍ଜୀଙ୍କ ଝିଅ ସର୍ମିଷ୍ଠା ମୁଖାର୍ଜୀ ସକ୍ରିୟ ରାଜନୀତିରୁ ସନ୍ୟାସ ନେଇଛନ୍ତି । ଏନେଇ ସେ ଘୋଷଣା କରିବା ବେଳେ କହିଛନ୍ତି କି ସେ ସକ୍ରିୟ ରାଜନୀତିରୁ ସନ୍ୟାସ ନେଉଥିଲେ ବି କଂଗ୍ରେସର ସାଧାରଣ ସଦସ୍ୟ ହୋଇ ରହିବେ । ଅନ୍ୟପଟେ ପ୍ରଣବ ମୁଖାର୍ଜୀଙ୍କ ପୁଅ ତଥା ସର୍ମିଷ୍ଠାଙ୍କ ଭାଇ ଅଭିଜିତ ମୁଖାର୍ଜୀ କିଛିଦିନ ପୂର୍ବରୁ କଂଗ୍ରେସ ହାତ ଛାଡି ଟିଏମସିରେ ଯୋଗ ଦେଇଥିଲେ ।

ସର୍ମିିଷ୍ଠା ସକ୍ରିୟ ରାଜନୀତିରୁ ସନ୍ୟାସ ନେଉଥିବା ନେଇ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି କି କେହି ଯଦି ଦେଶର ସେବା କରିବାକୁ ଚାହିଁବ  ତେବେ ସେ ଅନ୍ୟ ତରିକାରେ ବି ଦେଶମାତୃକାର ସେବା କରିପାରିବ   । ସେ ଆହୁରି କହିଛନ୍ତି କି ବର୍ତମାନ ଯେଭଳି ରାଜନୀତି ଚାଲିଛି ତାହା ମୋ ପାଇଁ ପ୍ରଯୁଜ୍ୟ ନୁହେଁ । ମୁଁ ଅନ୍ୟ କାମରେ ବ୍ୟସ୍ତ ରହୁଥିବାରୁ ସଂଗଠନ ପାଇଁ ସମୟ ଦେଇପାରୁ ନାହିଁ । ସର୍ମିଷ୍ଠା କହିଛନ୍ତି କି“ ବିଶେଷ ଭାବେ ବିରୋଧ ରାଜନୀତି କରିବାକୁ ବହୁତ ଭୋକର ଆବଶ୍ୟକତା ରହିଛି, ହେଲେ ମୁଁ ଅନୁଭବ କରୁଛି କି ମୋ ଭିତରେ ସେଭଳି ଭୋକ ନାହିଁ ” ଏଣୁ ସକ୍ରିୟ ରାଜନୀତିରେ ମୋର ରହିବାର ମାନେ କିଛି ନାହିଁ ବୋଲି ସେ କହିଛନ୍ତି ।

କହିରଖୁ କି ପ୍ରଣବ ମୁଖାର୍ଜୀ କଂଗ୍ରେସ ଦଳରେ ଜଣେ ବରିଷ୍ଠ ନେତା ଭାବେ ପ୍ରାୟ ୫ ଦଶନ୍ଧି କାମ କରିଛନ୍ତି । ସେ କଂଗ୍ରେସ ସରକାର ସମୟରେ ବିଭିନ୍ନ ବିଭାଗର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଛନ୍ତି । ଏହାସହ ୨୦୦୦ ରୁ ୨୦୦୪ ମଧ୍ୟରେ ଯେତେବେଳେ ମନମୋହନ ସିଂ ପ୍ରଧାନମନ୍ତ୍ରୀ ହୋଇଥିଲେ ସେତେବେଳେ ବି ପ୍ରଧାନମନ୍ତ୍ରୀ ପାଇଁ ପ୍ରଣବ ମୁଖାର୍ଜୀଙ୍କ ନାମକୁ ନେଇ ବେସ୍ ଚର୍ଚ୍ଚା ହୋଇଥିଲା । ହେଲେ ଦଳ ତାଙ୍କୁ ରାଷ୍ଟ୍ରପତି ଆସନରେ ବସିବାର ସୁଯୋଗ ଦେଇ ତାଙ୍କ ରାଜନୈତିକ କ୍ୟାରିଅର ଶେଷ କରିଦେଇଥିଲା ।