କୁଆଡ଼େ ଗଲା ମେମୋରୀ ଚିପ୍ ? ଅଧିକ ପଚରାଉଚରା ପାଇଁ ଶର୍ମିଷ୍ଠା ଓ ଝୁନା ଭୋଇଙ୍କୁ ପୁଣି ତିନି ଦିନିଆ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ ।

ଯେତେ ପଚାରିଲେ ବି ଭିଡିଓ କ୍ଲିପ ସଂପର୍କରେ ମୁହଁ ଖୋଲୁନାହାନ୍ତି ଶର୍ମିଷ୍ଠା

126

କନକ ବ୍ୟୁରୋ: ଆଉ ତିନିଦିନ ରିମାଣ୍ଡରେ ଯିବେ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଝୁନା ଭୋଇ । ତେବେ ସବୁଠାରୁ ବଡ କଥା ହେଲା ମାନସ ହତ୍ୟା ପଛର ମୁଖ୍ୟ କାରଣ ମେମୋରୀ ଚିପକୁ ନେଇ ରହସ୍ୟ ବଢ଼ୁଛି । ଘଟଣାର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଏ ନେଇ କ୍ରାଇମବ୍ରାଞ୍ଚକୁ ଭୂଆଁ ବୁଲାଉଥିବା ଜଣାପଡିଛି । କ୍ରାଇମବ୍ରାଞ୍ଚରୁ ମିଳିଥିବା ସୂଚନା ଅନୁସାରେ, ‘ସଂପୂର୍ଣ୍ଣ’ ଅଫିସର କମ୍ପ୍ୟୁଟରରେ ଥିବା ଶହେରୁ ଅଧିକ ଫୋଲଡର ଭିତରୁ ବହୁତ ଡାଟା ଗାଏବ ହୋଇଯାଇଥିଲା । ଆଉ ଡିଲିଟ ହୋଇଥିବା ତଥ୍ୟ ହାସଲ କରିବା ପାଇଁ ମାନସକୁ ପିଟି ପିଟି ମାରିଦିଆଯାଇଥିବା ତଦନ୍ତକାରୀ ଟିମ ଜାଣିବାକୁ ପାଇଛି ।

  • ଚିିିିିିିିିିିିିିିିନ୍ତା ବଢାଉଛି ମେମୋରି ଚିପ୍
  • ଭୂଆଁ ବୁଲାଉଛନ୍ତି ଝୁନା ଓ ଶର୍ମିଷ୍ଠା

କ୍ୟାମେରାମ୍ୟାନ ମାନସ ହତ୍ୟାକାଣ୍ଡ ମାମଲାରେ ତଦନ୍ତ ଯେତିକି ଆଗଉଛି, ସେତିକି ନୂଆ ନୂଆ ତଥ୍ୟ ଓ ଗୁମର ଫିଟିବାରେ ଲାଗିଛି । କ୍ରାଇମବ୍ରାଞ୍ଚ ରିମାଣ୍ଡରେ ଥିବା ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ଶର୍ମିଷ୍ଠା ରାଉତ ଆଉ ତାଙ୍କ ସହଯୋଗୀ ଝୁନା ଭୋଇ ତଦନ୍ତକାରୀ ଟିମକୁ ଭୂଆଁ ବୁଲାଉଥିବାବେଳେ ନିରଞ୍ଜନ ଆଉ ରଞ୍ଜନଠାରୁ ଗୋଟି ଗୋଟି କରି ସତ ଉଗାଳିଛି ଟିମ୍ । କେମିତି, କାହିଁକି ଓ କେଉଁମାନେ ମାନସକୁ ହତ୍ୟା କଲେ ସେ ସମ୍ପର୍କରେ ଗୋଟି ଗୋଟି କରି ସତ ବଖାଣିଛନ୍ତି ନିରଞ୍ଜନ ଆଉ ରଞ୍ଜନ ।

  • ମାନସ ଦେଇଥିଲେ ମେମୋରି କାର୍ଡର ଠିକଣା
  • ‘ସଂପୂର୍ଣ୍ଣ’ ଅଫିସ କମ୍ପ୍ୟୁଟରରୁ ଡାଟା ହୋଇଥିଲା ଗାଏବ

କ୍ରାଇମବ୍ରାଞ୍ଚରୁ ମିଳିଥିବା ସୂଚନା ଅନୁସାରେ, ମାନସ କହିଥିଲେ ସମସ୍ତ ଡାଟା ‘ସଂପୂର୍ଣ୍ଣ’ ଅଫିସର କମ୍ପ୍ୟୁଟରରେ ରହିଛି । ଏହାପରେ ଅଭିଯୁକ୍ତମାନଙ୍କୁ ନେଇ ଅଫିସରେ ପହଞ୍ଚିିଥିଲେ ଆଉ କମ୍ପ୍ୟୁଟର ଦେଖିଲା ପରେ ଜଣାପଡିଥିଲା ସେଠାରୁ କିଛି ଡାଟାକୁ ଗାଏବ କରାଯାଇଛି ।

କମ୍ପ୍ୟୁଟରରେ ଥିବା ଶହେରୁ ଅଧିକ ଫୋଲଡର ଭିତରୁ ବହୁତ ଡାଟା ଗାଏବ ହୋଇଯାଇଥିଲା । ସେଠାରେ ଦେଖିବାକୁ ମିଳିଥିଲା ୧ରୁ ୩୪ ଏବଂ ୯୬ ପରର ଡାଟା । କିନ୍ତୁ ୩୪ରୁ ୯୬ ମଧ୍ୟରେ ଫୋଲଡରଗୁଡିକ ଡିଲିଟ୍ ହୋଇଯାଇଥିଲା । ଆଉ ସେହି ଫୋଲଡରଗୁଡିକ ଏକ ମୋମୋରି ଚିପରେ ରଖାଯାଇଥିଲା, ଯାହାର ତଥ୍ୟ କେବଳ ମାନସ ପାଖରେ ରହିିଥିଲା । ଏହି ଡିଲିଟ ହୋଇଥିବା ତଥ୍ୟ ହାସଲ କରିବା ପାଇଁ ମାନସକୁ ପିଟି ପିଟି ମାରିଦିଆଯାଇଥିବା ତଦନ୍ତକାରୀ ଟିମ ଜାଣିବାକୁ ପାଇଛି । ସବୁଠାରୁ ବଡ କଥା ହେଉଛି ଏହି ମୋମୋରି ଚିପରେ କଣ ରହିଥିଲା , ସେ ନେଇ ମୁହଁ ଖୋଲୁନାହାନ୍ତି ଶର୍ମିଷ୍ଠା । ଏହି ଚିପରେ କେବଳ କିଛି ସଟ୍ ଫିଲ୍ମର ଭିଡିଓ ଥିଲା କହି ତଦନ୍ତକାରୀ ଅଧିକାରୀଙ୍କୁ ଭୂଆଁ ବୁଲାଉଛନ୍ତି ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ ।

ମୋମୋରି ଚିପ ନେଇ ଥିବା ଅସମାହିତ ପ୍ରଶ୍ନର ଉତ୍ତର ଖୋଜିବାକୁ ଶର୍ମିଷ୍ଠା ଓ ଝୁନାକୁ ୩ ଦିନିଆ ରିମାଣ୍ଡରେ ନେଇଛି କ୍ରାଇମବ୍ରାଞ୍ଚ । ପ୍ରଶ୍ନ ଉଠୁଛି…

  • କମ୍ପ୍ୟୁଟରରୁ ଡାଟା ଡିଲିଟ କଲା କିଏ
  • ଗାଏବ ହୋଇଥିବା ୬୨ଟି ଫାଇଲରେ ଥିଲା କଣ?
  • ମେମୋରି ଚିପ୍ ପଦାକୁ ଆସିଥିଲେ କେଉଁମାନଙ୍କ ପର୍ଦ୍ଦାଫାସ ହେବାର ଭୟ ଥିଲା ?
  • ଗିରଫଦାରୀ ପରେ ବି କାହିଁକି ମେମୋରି ଟିପ ବାବଦରେ ମୁହଁ ଖୋଲୁନାହାନ୍ତି ଅଭିଯୁକ୍ତ?