ନଦୀ ମୁହାଣରେ ମରିପଡିଛି ୫ କ୍ୱିଣ୍ଟାଲ ଓଜନର ହ୍ୱେଲ ସାର୍କ । ଏତେ ବଡ଼ ମାଛକୁ ଦେଖିବାକୁ ଜମିଛି ଲୋକଙ୍କ ଭିଡ ।

270

କନକ ବ୍ୟୁରୋ : ୫ କ୍ୱିଣ୍ଟାଲ ଓଜନର ହ୍ୱେଲ ସାର୍କ ମାଛ ମରିପଡିଛି ନଦୀ ମୁହାଣରେ । ଏହାକୁ ଦେଖିବାକୁ ଏବେ ଲୋକଙ୍କ ଭିଡ ଜମୁଛି । ଗତ ୩ ଦିନ ତଳେ ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଜାଲରେ ପଡିଥିଲା ଏହି ବିଶାଳ ସାର୍କ ମାଛଟି । ତାକୁ ଧୀବରମାନେ କୂଳକୁ ନେଇ ଆସିଥିଲେ । ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିବାରୁ ତାହାକୁ ପୁଣି ନେଇ ସମୁଦ୍ରରେ ଛାଡି ଦେଇ ଆସିଥିଲେ ।

ଏବେ ଏହି ସାର୍କ ମାଛଟି ଖନ୍ତାପଡା ଥାନା କଂଟିଆ ଚେରା ଜାମୁକା ମୁହାଁଣରେ ଏକ ଶାଖା ନଦୀରେ ମରି ପଡିଥିବାର ଦେଖିବାକୁ ମିଳିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଅସନ୍ତୋଷ ପ୍ରକାଶ କରିଛନ୍ତି ଲୋକେ ।